କୋଣାର୍କରେ ଲଜ୍ଜା: ମାନସିକ ଅନଗ୍ରସର ମହିଳାଙ୍କୁ ବଳାତ୍କାର ପରେ ହତ୍ୟା

0

ଗୋପ: ବିଶ୍ୱପ୍ରସିଦ୍ଧ ପର୍ୟ୍ୟଟନ ସ୍ଥଳ କୋଣାର୍କରେ ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। କୋଣାର୍କ ମନ୍ଦିରଠାରୁ ମାତ୍ର ୧୦୦ମିଟର ଦୂର ରାଜାରାମ ମନ୍ଦିର ନିକଟରେ ଘଟିଛି ଏଭଳି କୁତ୍ସିତ ଘଟଣା। ମହିଳାଙ୍କୁ ଦୁର୍ବୃତ୍ତମାନେ ବଳାତ୍କାର ପରେ ନିର୍ମମ ଭାବେ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ କୋଣାର୍କ ରାଜାରାମ ମନ୍ଦିର ନିକଟରେ ମାନସିକ ଅନଗ୍ରସର ମହିଳା ଜଣକ ଦୀର୍ଘଦିନ ଧରି ରହିଆସୁଥିଲେ। ଗତକାଲି ବିଳମ୍ବିତ ରାତ୍ରିରେ ନିଶାସକ୍ତମାନେ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। କୋଣାର୍କ ପୁଲିସ ଶବକୁ ଜବତ କରିଛି। ଘଟଣାସ୍ଥଳରେ ମଦ ବୋତଲ, ଗ୍ଲାସ ଏବଂ ମହିଳାଙ୍କ ସମସ୍ତ ଜିନିଷ ଚାରିଆଡ଼େ ବିଛେଇ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଏ ନେଇ କୋଣାର୍କ ପୁଲିସ ନିଜଆଡୁ ଏକ ମାମଲା ରୁଜ୍ଜୁକରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରଖିଥିବା କୋଣାର୍କ ଥାନାଧିକାରୀ ସଂଜୀବ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply