www.samajalive.in
Sunday, December 7, 2025
14.1 C
Bhubaneswar

୬ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ; ଅଭିଯୁକ୍ତ ଗିରଫ

ବାଲିଚନ୍ଦ୍ରପୁର : ଜଣେ ୬ ବର୍ଷର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ବାଲିଚନ୍ଦ୍ରପୁର ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏପରି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ଯାଜପୁର ଜିଲା ବାଲିଚନ୍ଦ୍ରପୁର ଥାନା ଅଞ୍ଚଳରେ। ଏହି ଥାନା ଅନ୍ତର୍ଗତ ବାଲିଚନ୍ଦ୍ରପୁର ଗ୍ରାମର ହୃଶିକେଶ ପଣ୍ଡାଙ୍କ ପୁଅ ଧନେଶ୍ୱର ଓରଫ ସିତୁନ(୨୮) ବିଭିନ୍ନ ପ୍ରଲୋଭନ ଦେଖାଇ ଜଣେ ୬ ବର୍ଷର ନାବାଳିକା ସହିତ ବଳାତ୍କାର କରିବା ସହ ନାବାଳିକାର ପାଟିରେ ଏକ ରଡ୍‍ ଭର୍ତ୍ତିକରି ଏହି ଘଟଣା କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଏହି ବଳାତ୍କାର ଘଟଣା ପରେ ନାବାଳିକା ଜଣଙ୍କ ସମ୍ପୂର୍ଣ୍ଣ ଡରିଯାଇଥିଲେ। ତେବେ ଘଟଣା ସମୟରେ ନାବଳିକାର ଜଣେ ପଡୋଶୀ ଅଭିଯୁକ୍ତ ସିତୁନ୍‍କୁ ନାବାଳିକା ନିକଟରୁ ଆସୁଥିବା ଦେଖିବା ସହ ତାର ହାବଭାବରେରେ ସନ୍ଦେହ ହେବାରୁ ଅନ୍ୟମାନଙ୍କୁ ଡାକ ପକାଇଥିଲା। ଗ୍ରାମବାସୀମାନେ ସିତୁନକୁ ଅଟକ ରଖିଥିଲେ। ପୀଡିତା ନାବାଳିକା ଜଣକ ଭୟଭିତ ଅବସ୍ଥାରେ ନିଜ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଗ୍ରାମବାସୀମାନେ ରୁଣ୍ଡ ହୋଇ ଅଭିଯୁକ୍ତକୁ କାବୁ କରି ପୁଲିସକୁ ଜଣାଇଥିଲେ। ଖବର ପାଇ ବାଲିଚନ୍ଦ୍ରପୁର ଥାନା ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖିଥିଲା। ଏନେଇ ନାବାଳିକାର ପରିବାର ପକ୍ଷରୁ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ ପାଇ ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଆଇ.ପି.ସି ଧାରା ୩୭୬, ଏ, ବି,୫୦୬ ଓ ୬ ପୋକ୍ସୋ ଆକ୍ଟରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ପୁଲିସ ଶନିବାର ଅଭିଯୁକ୍ତର ଡାକ୍ତରୀ ମାଇନା କରିଥିବା ବେଳେ ଅଭିଯୁକ୍ତକୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ସୁକାନ୍ତ ପାତ୍ର ସୂଚନା ଦେଇଛନ୍ତି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରି କୁକର୍ମ କରିଥିବା ଅଭିଯୁକ୍ତ ବିରୁଦ୍ଧରେ କଠୋରରୁ କଠୋର ଦଣ୍ଡବିଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ ଧନେଶ୍ୱର ବିବାହିତ ଓ ତାର ଏକ ୮ ମାସର ସନ୍ତାନ ଥିବା ଜଣାଯାଇଛି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories