ମୋଦିଙ୍କ ବିରୋଧରେ ଟ୍ୱିଟ୍‌ କରି ହରଡ଼ଘଣାରେ ରାମ ସୁବ୍ରମଣ୍ୟମ

0

ଲକ୍ଷ୍ନୌ : ବିବାଦୀୟ ଟ୍ୱିଟ୍‌ ପାଇଁ ପ୍ରସିଦ୍ଧ ବିଜ୍ଞାପନ ଚିତ୍ରନିର୍ମାତା ଏବଂ ନିର୍ଦେଶକ ରାମ ସୁବ୍ରମଣ୍ୟମ ପୁଣିଥରେ ବିବାଦରେ ପଡିଛନ୍ତି । ଏଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରି ସେ ହରଡ଼ଘଣାରେ ପଡିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରି କେତେକ ଟ୍ୱିଟ୍‌ କରିଛନ୍ତି । ଏହାକୁ ନେଇ ବିଜେପି ନେତା ଆଇପି ସିଂହ ଲକ୍ଷ୍ନୌ ବିଭୂତିଖଣ୍ଡ ଥାନାରେ ରାମ ସୁବ୍ରମଣ୍ୟମଙ୍କ ନାମରେ ଏକ ଅପରାଧୀକ ମାମଲା ଦାଏର କରିଛନ୍ତି । ରାମ ସୁବ୍ରମଣ୍ୟମଙ୍କ ବିରୋଧରେ ଆଇପିସି ଧାରା ୧୫୩(କ), ୨୯୫(କ), ୫୦୦, ୫୦୧, ୫୦୩, ୫୦୭ ଏବଂ ଆଇଟି ଆଇନ ୬୬(କ)ରେ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ ଗତ କିଛି ଦିନ ଧରି ରାମ ସୁବ୍ରମଣ୍ୟମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧରେ ଟ୍ୱିଟରରେ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଆସୁଛନ୍ତି । ଏହା ପୂର୍ବରୁ ତାଙ୍କର ଏକ ଟ୍ୱିଟ୍‌ ଚର୍ଚ୍ଚାକୁ ଆସିଥିଲା । ଏହି ଟ୍ୱିଟ୍‌ରେ ସେ ମୋଦିଙ୍କ ଉପରକୁ ଜୋତା ଫିଙ୍ଗିବା ଲୋକକୁ ୧ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ । ମାମଲା ରୁଜୁ ପରେ ରାମ ସୁବ୍ରମଣ୍ୟମଙ୍କ ବିରୋଧରେ ତଦନ୍ତ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତରପ୍ରଦେଶ ପୁଲିସ୍‌ ପକ୍ଷରୁ କୁହାଯାଇଛି ।

Leave A Reply