www.samajalive.in
Sunday, December 7, 2025
26.1 C
Bhubaneswar

୩ ମିନିଟରେ ଟଳିଲା ୩ ମାସ ପାଇଁ ଅଯୋଧ୍ୟା ଶୁଣାଣି

ନୂଆଦିଲ୍ଲୀ: ରାମ ମନ୍ଦିରକୁ ନେଇ ସୁପ୍ରିମ କୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଆଜି ସୁପ୍ରିମ କୋର୍ଟରେ ମାତ୍ର ୩ ମିନିଟ ମଧ୍ୟରେ ୩ ମାସ ପାଇଁ ଟଳି ଯାଇଛି। ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗ ଏକ ଜାତୀୟ ପ୍ରସଙ୍ଗ ପାଲଟି ଥିବାବେଳେ ଏହା ଉପରେ ସମସ୍ତ ରାଜନୈତିକ ଦଳ ନଜର ରଖିଛନ୍ତି। ଆଶା କରାଯାଉ ଥିଲା ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ସୁପ୍ରିମ କୋର୍ଟରେ ସମାଧାନ ହେଲେ ଏହାର ଫଳ ରାଜନୈତିକ ଦଳ ଆଗାମୀ ନିର୍ବାଚନରେ ଉଠାଇବେ। ଅଥଚ ଆଜିର ଶୁଣାଣିରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜାନୁଆରୀ ୨୦୧୯କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିବା ଦ୍ୱାରା ପରିସ୍ଥିତି ଭିନ୍ନ ମୋଡ଼ ନେଇଛି।
ସୋମବାର ସୁପ୍ରିମ କୋର୍ଟରେ ୨୦୧୦ରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ରାୟ ଉପରେ ଶୁଣାଣି ହେବାକୁ ଥିଲା। ତେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏଭଳି ସ୍ପର୍ଷକାତର ମାମଲାର ଶୁଣାଣି ତରବରିଆ ଭାବେ କରିବାକୁ ମନା କରିଦେଇଥିଲେ।
ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ସମେତ ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ଏ.କେ ଜୋସେଫଙ୍କ ଦ୍ୱାରା ଗଠିତ ଖଣ୍ଡପିଠ ଅଯୋଧ୍ୟା ମାମଲାର ଶୁଣାଣି କରୁଛନ୍ତି।
୨୦୧୦ରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ଗଠିତ ଖଣ୍ଡପିଠ ୨:୧ମତରେ ରାୟ ପ୍ରଦାନ କରିଥିଲେ। ରାମ ଜନ୍ମଭୂମୀର ମୋଟ୍‍ ୨.୭୭ଏକର ଜମିକୁ ତିନି ପକ୍ଷଙ୍କୁ ସମାନ ଭାବେ ବାଣ୍ଟିବାକୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ। ଏହି ତିନି ଭାଗ ମଧ୍ୟରେ ସୁନ୍ନି ୱାକଅଫ ବୋର୍ଡ଼, ନିର୍ମୋହି ଆଖଡ଼ା ଓ ରାମ ଲଲାଙ୍କୁ ସମାନ ସମାନ ଭାବେ ବଣ୍ଟା ଯାଇଥିଲା। ତେବେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ଏପରି ରାୟକୁ କୌଣସି ପକ୍ଷ ଗ୍ରହଣ ନକରି ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମ କୋର୍ଟ  ୨୦୧୧ରେ ସେପ୍ଟେମ୍ବର ୯ରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ରାୟକୁ ସ୍ଥଗିତ କରି ମାମଲାର ଶୁଣାଣି ଆରମ୍ଭ କରିଥିଲେ।
ଦୀର୍ଘ ଦିନ ଧରି ସୁପ୍ରିମ କୋର୍ଟରେ ଉପରୋକ୍ତ ମାମଲାର ଶୁଣାଣି ଚାଲିଛି। ୨୦୧୯ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ଅଯୋଧ୍ୟା ରାମ ଜନ୍ମଭୂମୀ ମାମଲା ଜୋର ଧରିବାରେ ଲାଗିଛି। ରାୟ କେବେ ପ୍ରକାଶ ପାଇବ ଏହା ଏବେ ଆକଳନ କରିବା ଅସମ୍ଭବ ହୋଇଥିଲେ ମଧ୍ୟ ରାମ ମନ୍ଦିର ନିର୍ମାଣ ସପକ୍ଷବାଦୀ ଓ ଏହାର ସମର୍ଥକ ଏହାକୁ ନେଇ ସ୍ୱର ଉଠାଇବା ଆରମ୍ଭ କରି ଦେଇଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories