www.samajalive.in
Monday, December 8, 2025
14.1 C
Bhubaneswar

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ; ରୋଗୀ ଦେଖୁଛନ୍ତି ବିଧାୟକ

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଗତ କିଛି ମାସ ଧରି ନିୟମିତ ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବୁଧବାର ଡାକ୍ତର ଅନୁପସ୍ଥିତ ଥିବା ଯୋଗୁ ବହିର୍ବିଭାଗ ବନ୍ଦ ହୋଇ ଯାଇଥିଲା। ଘଟଣା ଜାଣିବା ପରେ ଗୁରୁବାର ରାଜଗାଙ୍ଗପୁର ବିଧାୟକ ଡାକ୍ତର ସିଂ. ଏସ. ରାଜନ ଏକ୍କା ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ଘୁଞ୍ଚାଇଦେଇ ସକାଳୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆସି ରୋଗୀ ଦେଖିବା ଆରମ୍ଭ କରିଥିଲେ ଏବଂ ଦିନ ପ୍ରାୟ ୧.୧୫ ପର୍ଯ୍ୟନ୍ତ ସେ ୬୫ ଜଣ ରୋଗୀଙ୍କୁ ପରୀକ୍ଷା କରି ଆବଶ୍ୟକ ଔଷଧ ଲେଖିଥିଲେ। ତାଙ୍କ ଟେବୁଲ ପାଖରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ସେ ସମସ୍ତ ରୋଗୀଙ୍କୁ ଦେଖିବା ପରେ ଏକ କାର୍ଯ୍ୟକ୍ରମରେ କର୍ମୀଙ୍କ ସହିତ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାହାରିଥିଲେ। ଆସନ୍ତାକାଲି ମଧ୍ୟ ସେ ଆସିବେ ବୋଲି ପ୍ରକାଶ କରିଥିଲେ। ବିଧାୟକ ଦୁଃଖ ପ୍ରକାଶ କରି କହିଥିଲେ ଯେ, ଦୀର୍ଘ ଦିନ ଧରି ରାଜଗାଙ୍ଗପୁର ସହିତ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିପର୍ଯ୍ୟସ୍ଥ ଘଟିଥିବା ବେଳେ ମୁଁ ବାରମ୍ବାର ବିଧାନସଭାରେ ସ୍ୱର ଉତ୍ତୋଳନ କରୁଛି, ମାତ୍ର ରାଜ୍ୟ ସରକାର କୌଣସି ସମାଧାନ ବାହାର କରି ପାରୁନାହାନ୍ତି। ଏଥିପାଇଁ ମୁଁ ନିଜକୁ ମଧ୍ୟ ଦାୟୀ କରୁଛି।

ସୂଚନା ଅନୁଯାୟୀ, ଗତକାଲି ଜଣେ ଡାକ୍ତର ବହିର୍ବିଭାଗରେ ମାତ୍ର ୩ଜଣ ଏବଂ ଏମର୍‌ଜେନ୍ସିରେ ୪ଜଣ ରୋଗୀ ଦେଖିଲା ପରେ ଚାଲିଯିବାରୁ ବହିର୍ବିଭାଗ ବନ୍ଦ ରହିଥିଲା। ଫଳରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ ରୋଗୀ ଆସି ଫେରି ଯାଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଟପ୍ପୋ ଛୁଟିରେ ଯାଇଥିବା ବେଳେ ଡାକ୍ତର ମହେନ୍ଦ୍ର ତନ୍ତୀ ତାଙ୍କ ସ୍ଥାନରେ ଦାୟିତ୍ବରେ ରହିଛନ୍ତି। ଏହିପରି ଅବସ୍ଥା ଦୀର୍ଘ କିଛି ଦିନ ଧରି ଚାଲୁଛି। ବର୍ତ୍ତମାନ ଜଣେ ଦନ୍ତ ଚିକିତ୍ସକ ସହିତ ୧୫ ଜଣ ଡାକ୍ତର ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହିବା କଥା। ପ୍ରାୟ ଦୁଇ ମାସ ହେବ ଡାକ୍ତର ରଶ୍ମୀକାନ୍ତ ଦାସ କାହାକୁ କିଛି ନ ଜଣାଇ କୁଆଡେ ଚାଲି ଯାଇଛନ୍ତି। ବର୍ତ୍ତମାନ ମାତ୍ର ତିନି ଜଣ କାର୍ଯ୍ୟ ତୁଲାଉଥିବା ବେଳେ ଦୁଇ ଜଣ ଛୁଟିରେ ରହିଛନ୍ତି। ଡାକ୍ତର ଆସି ନ ଥିବାରୁ ବହିର୍ବିଭାଗ ଚିକିତ୍ସାରୁ ରୋଗୀ ବଞ୍ଚିତ ରହିଥିଲେ। ଆଜି ସମ୍ପୂର୍ଣ୍ଣ ଡାକ୍ତରଖାନାରେ ଜଣେ ମାତ୍ର ଡିଏମଫଣ୍ଡ ଦ୍ୱାରା ନିୟୋଜିତ ଶଲ୍ୟ ବିଶେଷଜ୍ଞ ଡାକ୍ତର ମୁରାରୀ ଦେହୁରୀ ନିଜ ବିଭାଗର ରୋଗୀଙ୍କୁ ଦେଖିବା ସହିତ ଆବଶ୍ୟକ ସ୍ଥଳେ କିଛି ଅନ୍ୟ ରୋଗୀଙ୍କୁ ଦେଖିଥିଲେ। ଅବସ୍ଥା ଏପରି ଯେ, ଆସୁ ଚିକିତ୍ସା ବିଭାଗ ମଧ୍ୟ ଖାଲି, ଡାକ୍ତର ରହୁ ନାହାନ୍ତି କି କେହି ନର୍ସ ମଧ୍ୟ ରହୁ ନାହାନ୍ତି। କାମ ଚଳାଉଛନ୍ତି ଦୁଇ ଜଣ ଫାର୍ମାସିଷ୍ଟ। ଦୁଇ ମାସ ହେଲା ଏକ୍ସରେ ମେସିନ ଅକାମି ହୋଇ ପଡିଛି। କେବେ ତିଆରି ହେବ କେହି ସଠିକ ଉତ୍ତର ଦେଇପାରୁ ନାହାନ୍ତି। ରକ୍ତ ପରୀକ୍ଷା କେନ୍ଦ୍ରରେ ସିବିସି ଯାଞ୍ଚ ହୋଇ ପାରୁନାହିଁ। ବ୍ଲଡ଼ ସୁଗାର ଦୁଇ ଦିନ ହେଲେ ଦୁଇ ଦିନ ବନ୍ଦ ରହୁଛି। ବାରମ୍ବାର ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଦୃଷ୍ଟି ଦେବାକୁ ଦାବି ହୋଇ ଆସୁଥିବା ବେଳେ ଜିଲା ସ୍ୱାସ୍ଥ୍ୟ ବିଭାଗ ଏଥି ପ୍ରତିଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories