ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ଅନୁସନ୍ଧାନ କମିଟିର ମହାବିଦ୍ୟାଳୟ ପରିଦର୍ଶନ

କଣ୍ଟାବାଞ୍ଜି : ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିକୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ଅନୁସନ୍ଧାନ କମିଟି ପରିଦର୍ଶନରେ ଆସିଥିଲେ। ଡ଼କ୍ଟର ବିଗନେଶ ପ୍ରସାଦ ମିଶ୍ର, ଅଧକ୍ଷ୍ୟ ମହାବିଦ୍ୟାଳୟ ଉନୟନ ପରିଷଦ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗୀରଙ୍କ ନେତୃତ୍ୟରେ ଏକ ତିନି ଜଣିଆ କମିଟିରେ ବାଣିଜ୍ୟ ଅଧ୍ୟାପିକା ଶ୍ରୀମତୀ କିସାନ ଓ ବରିଷ୍ଠ କିରାଣୀ ଅକ୍ଷୟ କୁମାର ସେଠି ମଧ୍ୟ୍ୟ ମହିଳା ସ୍ନାତକ ମହାବିଦ୍ୟାଳୟକୁ ଆସି ମହାବିଦ୍ୟାଳୟର ସହ ବନ୍ଧନ ନବୀକରଣ ସକାଶେ ଭିତ୍ତି ଭୂମି, ସରକାରୀ ନଥିପତ୍ର ଯାଞ୍ଚ କରିବା ସହିତ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହିତ ପାଠ ପଢା ଓ ଛାତ୍ରୀ ମାନଙ୍କର ବ୍ୟବହାର ଆଚରଣ ବିଷୟରେ ମଧ୍ୟ୍ୟ ଆଲୋଚନା କରିଥିଲେ। ତିନି ଜଣିଆ କମିଟି ମହାବିଦ୍ୟାଳୟର ଗ୍ରନ୍ଥାଗାର ପାଠାଗାର ଓ ଅନ୍ୟାନ୍ନ ପରିସରକୁ ବୁଲିଦେଖିଥିଲେ ଓ ମହାବିଦ୍ୟାଳୟ ର କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟ ଓ ଅଧ୍ୟାପିକା ଅଧ୍ୟାପକ ମାନଙ୍କର ବ୍ୟବହାର ରେ ସନ୍ତୁଷ୍ଟ ପ୍ରକଟ କରିଥିଲେ।

Comments are closed.