www.samajalive.in
Sunday, December 7, 2025
26.1 C
Bhubaneswar

ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ରେଳବାଇର ପଦକ୍ଷେପ, ଏଣିକି ଦେଶର ସମସ୍ତ ଷ୍ଟେସନରେ ମାଟି କପ୍‌ରେ ମିଳିବ ଚା

ନୁଆଦିଲ୍ଲୀ : ଦେଶର ସମସ୍ତ ରେଳ ଷ୍ଟେସନରେ ଏଣିକି ମାଟି କପ୍‌ରେ ମିଳିବ ଚା। ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ସରକାର ଗୁରୁତ୍ୱ ଦେଉଥିବା ବେଳେ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଆଉ ପାଦେ ଆଗେଇ ଦେଶର ସମସ୍ତ ରେଳ ଷ୍ଟେସନରେ ପ୍ଲାଷ୍ଟିକ କପ୍‌ ବଦଳରେ ମାଟି କପ୍ ବା ମଟକାରେ ଚା’ ମିଳିବ ବୋଲି ଘୋଷଣା କରିଛନ୍ତି। ଦେଶର ସମସ୍ତ ରେଳ ଷ୍ଟେସନରେ ଏହି ବ୍ୟବସ୍ଥା ହେବ ବୋଲି ସେ କହିଛନ୍ତି।


ରାଜସ୍ଥାନର ଅଲୱାର ଜିଲାର ଧିଗୱାରା ରେଳ ଷ୍ଟେସନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୋୟଲ ଯୋଗ ଦେଇ ଉତ୍ତର ପଶ୍ଚିମ ରେଳ ଅଧୀନରେ ନୂତନ ବିଦ୍ୟୁତକରଣ ହୋଇଥିବା ଧିଗୱାରା-ବାଣ୍ଡିକୁଇ ବିଭାଗର ଉଦଘାଟନୀ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଦେଶର ପ୍ରତ୍ୟେକ ରେଳ ଷ୍ଟେସନରେ ଚା ’ପ୍ଲାଷ୍ଟିକ କପ ବଦଳରେ ଇକୋ ଫ୍ରେଣ୍ଡଲି ମାଟି କପ୍‌ରେ ବିକ୍ରି ହେବ।

- Advertisement -


ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଆହୁରୀ ମଧ୍ୟ କହିଛନ୍ତି ଯେ ଦେଶର ବର୍ତ୍ତମାନ ପ୍ରାୟ ୪୦୦ ରେଳ ଷ୍ଟେସନରେ ମାଟି କପ୍‌ରେ ଚା ଦିଆଯାଉଛି। ଭବିଷ୍ୟତରେ ଦେଶର ସମସ୍ତ ରେଳ ଷ୍ଟେସନରେ ଚା ଇକୋ ଫ୍ରେଣ୍ଡଲି ମାଟି କପ୍‌ରେ ବିକ୍ରି କରିବାକୁ ଯୋଜନା କରାଯାଉଛି। ଏହି ପଦକ୍ଷେପ ଏକ ପ୍ଲାଷ୍ଟିକ୍ ମୁକ୍ତ ଭାରତ ପାଇଁ ରେଳବାଇର ଅବଦାନ ହେବ। ମାଟି କପ୍‌ ପରିବେଶକୁ କ୍ଷତି ପହଞ୍ଚାଇବ ନାହିଁ ଏବଂ ଅନ୍ୟପକ୍ଷରେ ଏହା ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ ବୋଲି ପୀୟୁଷ ଗୋୟଲ କହିଛନ୍ତି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories