‘ନ୍ୟାୟ’ ଯୋଜନା ପରେ ରାହୁଲଙ୍କ ଆଉ ଏକ ବଡ଼ ଘୋଷଣା

0

ନୂଆଦିଲ୍ଲୀ: ‘ନ୍ୟାୟ’ ଯୋଜନା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଉ ଏକ ବଡ଼ ଘୋଷଣା କରିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ବର୍ଷକ ଭିତରେ ୨୨ ଲକ୍ଷ ସରକାରୀ ଚାକିରି ଦେବ ବୋଲି ରାହୁଲ ଘୋଷଣା କରିଛନ୍ତି। ନିକଟରେ ସେ ଘୋଷଣା କରିଥିଲେ ଯେ, ଦଳ କ୍ଷମତାକୁ ଆସିଲେ ‘ନ୍ୟାୟ’ ଯୋଜନାରେ ଦେଶର ୨୦ ପ୍ରତିଶତ ଗରିବଙ୍କୁ ସର୍ବନିମ୍ନ ନିଶ୍ଚିତ ରୋଜଗାର ସ୍ବରୂପ ବର୍ଷକୁ ୭୨ ହଜାର ଟଙ୍କା ପ୍ରଦାନ କରାଯିବ।

ରାହୁଲ ରବିବାର ରାତିରେ ଟ୍ବିଟ୍‌ କରି କହିଛନ୍ତି, ବର୍ତ୍ତମାନ ଦେଶରେ ପାଖାପାଖି ୨୨ ଲକ୍ଷ ପଦବୀ ଖାଲି ପଡ଼ିଛି। ଯଦି କେନ୍ଦ୍ରରେ କଂଗ୍ରେସ ସରକାର ଗଢ଼ିବ ତା’ହେଲେ ଗୋଟିଏ ବର୍ଷରେ ଅର୍ଥାତ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ସେସବୁ ପଦବୀ ପୂରଣ କରିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ରାହୁଲ ଏଭଳି ଘୋଷଣା କରିଛନ୍ତି। ରାଜନୈତିକ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ନ୍ୟାୟ ଯୋଜନା ପରେ ରାହୁଲଙ୍କର ଏହା ଆଉ ଏକ ବଡ଼ ଘୋଷଣା।

Leave A Reply