mission shakti banner

ପଦକ ବିଜେତା ହ୍ବିଲଚେୟାର ଅସିଚାଳନା ଖେଳାଳିଙ୍କୁ ସମ୍ବର୍ଦ୍ଧନା

nua o banner

କଟକ : ଭାରତୀୟ ହ୍ବିଲଚେୟାର ଅସି ଚାଳନା ଦଳରେ ସାମିଲ ଥିବା ୫ଜଣ ଓଡ଼ିଆ ଖେଳାଳିଙ୍କୁ ପାରl ସ୍ପୋର୍ଟସ ଅାସୋସିଏସନ୍ ତରଫରୁ ଭୁବନେଶ୍ବର ଆନ୍ତର୍ଜାତୀୟ ବିମାନ ବନ୍ଦରଠାରେ ସମ୍ବର୍ଦ୍ଧିତ କରାଯାଇଛି। ଥାଇଲାଣ୍ଡରେ ଆୟୋଜିତ ହ୍ବିଲଚେୟାର ଜୁନିୟର ବିଶ୍ବ ଅସି ଚାଳନା ଚାମ୍ପିୟନସିପ୍ ଓ ଏସିଆନ ହ୍ବିଲଚେୟାର ଅସି ଚାଳନା ଚମ୍ପିଆନସିପରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରି ରାଖାଲ କୁମାର ସେଠୀ ଗୋଟିଏ ରୋପ୍ୟ ପଦକ ଓ ଗୋଟିଏ କାଂସ୍ୟ ପଦକ, ଭି ରମେଶ ରାଓ ଗୋଟିଏ କାଂସ୍ୟ ଓ ପବିତ୍ର ସାହୁ ଦୁଇଟି ରୋପ୍ୟ ପଦକ ଓ ଗୋଟିଏ କାଂସ୍ୟ ପଦକ ଜିତି ଓଡ଼ିଶା ଫେରିଛନ୍ତି।

ଏହି ଅବସରରେ ହ୍ବିଲଚେୟାର ଅସି ଚାଳନାର ମୁଖ୍ୟ ବେଲା ଜୈସୱାଲ୍, ଅଲିମ୍ପିଆନ୍ ମାର୍କଣ୍ଡ ରେଡ୍ଡୀ, ସଂଗଠନର ସଭ୍ୟ ପ୍ରଶାନ୍ତ କୁମାର ବେହେରା ପ୍ରଶିକ୍ଷକ ବଙ୍କିମ ମହାନ୍ତି ଓ ଓଡିଶା ଅସି ଚାଳନା ଖେଳାଳିମାନେ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Comments are closed.