www.samajalive.in
Monday, December 15, 2025
24.1 C
Bhubaneswar

ଗୁରୁବାରଠୁ ନିୟମିତ ଚାଲିବ ପୁରୀ-ସୁବର୍ଣ୍ଣପୁର ସାପ୍ତାହିକ ଏକ୍ସପ୍ରେସ୍‌

ଭୁବନେଶ୍ବର : ପୁରୀ-ସୁବର୍ଣ୍ଣପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର ନିୟମିତ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି। ପୁରୀରୁ ଫେବୃଆରୀ ୮ ତାରିଖରୁ ଏବଂ ସୁବର୍ଣ୍ଣପୁରରୁ ଫେବୃଆରୀ ୯ରୁ ଚଳାଚଳ କରିବ। ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ରେଳର ଶୁଭାରମ୍ଭ କରାଯାଇଥିଲା। ରେଳ ନମ୍ବର ୧୮୪୨୧ ପୁରୀ- ସୁବର୍ଣ୍ଣପୁର ସାପ୍ତାହିକ ଏକ୍ସପ୍ରେସ ପ୍ରତ୍ୟେକ ଗୁରୁବାର ଦିନ ପୁରୀରୁ ସନ୍ଧ୍ୟା ୭ଟା ୩୫ ମିନିଟରେ ଛାଡିବ। ଶୁକ୍ରବାର ଭୋର ୫ଟା ୩୦ମିନିଟରେ ସୁବର୍ଣ୍ଣପୁରରେ ପହଞ୍ଚିବ। ଫେରିବା ମାର୍ଗରେ ରେଳ ନମ୍ବର ୧୮୪୨୨୨ ସୁବର୍ଣ୍ଣପୁର-ପୁରୀ ଏକ୍ସପ୍ରେସ ପ୍ରତ୍ୟେକ ଶୁକ୍ରବାର ଦିନ ସୁବର୍ଣ୍ଣପୁରରୁ ସନ୍ଧ୍ୟା ୭ଟା ୩୦ମିନିଟରେ ଛାଡିବ। ଶନିବାର ସକାଳ ୬ଟା ୫୫ ମିନିଟରେ ପୁରୀରେ ପହଞ୍ଚିବ। ଏହି ରେଳ ପୁରୀ ଏବଂ ସୁବର୍ଣ୍ଣପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର, ଅନୁଗୋଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା ଏବଂ ନରସିଂହଗଡରେ ରହଣି କରିବ। ଏହି ରେଳରେ ଗୋଟିଏ ଏସି-୨ ଟାୟାର, ସାତଟି ଏସି-୩ ଟାୟାର, ଗୋଟିଏ ଏସି-୩ ଟାୟାର ଇକୋନୋମି, ୬ଟି ସ୍ଲିପର ଶ୍ରେଣୀ, ୩ଟି ଦ୍ବିତୀୟ ଶ୍ରେଣୀ ସିଟିଂ, ଗୋଟିଏ ଗାର୍ଡ, ଲଗେଜ୍ ତଥା ଦିବ୍ୟାଙ୍ଗଙ୍କ ପାଇଁ କୋଚ ଏବଂ ଗୋଟିଏ ଗାର୍ଡ, ଲଗେଜ ତଥା ମୋଟର କୋଚ ସୁବିଧା ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories