www.samajalive.in
Monday, December 15, 2025
26.1 C
Bhubaneswar

ମାଘରେ ବାଘ ଖରା: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଜାରି ରହିବ ଏଭଳି ସ୍ଥିତି

ଭୁବନେଶ୍ବର : ରାଜ୍ୟରେ ଫେବୃଆରୀ ମାସରୁ ରାତି ତାପମାତ୍ରା ବଢ଼ୁଥିବାବେଳେ ଦିନରେ ମଧ୍ୟ ତାତି ଅନୁଭୂତ ହେଲାଣି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଏପରି ରହିବ। ଏହାପରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସେହିପରି ଗତ ୨୪ ଘଣ୍ଟାରେ କେନ୍ଦୁଝରରେ ହାଲୁକା ବର୍ଷା ହୋଇଛି। ଯୋଡାରେ ୧୧.୪ ମି.ମି.ଏବଂ କେନ୍ଦୁଝରରେ ୧.୪ ମି.ମି ବର୍ଷା ହୋଇଛି। ଅନ୍ୟପକ୍ଷରେ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା  ୩୫ ଡିଗ୍ରୀ ଉପରେ ରହିଥିବାବେଳେ ଭୁବନେଶ୍ବରରେ ୩୧.୮ ଏବଂ କଟକରେ ୩୦.୨ ଡିଗ୍ରୀ ରେକର୍ଡ଼ ହୋଇଛି। କିରେଇରେ ସବୁଠୁ କମ୍ ୧୪.୪ ଡିଗ୍ରୀ ଏବଂ ଫୁଲବାଣୀରେ ୧୫.୫ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ଼ ହୋଇଛି। ୧୭ଟି ସହରରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଛି। ପୁରୀରେ ସର୍ବାଧିକ ୨୪.୧ ଡିଗ୍ରୀ, ଭୁବନେଶ୍ବର ଏବଂ ପାରାଦ୍ବୀପରେ ୨୩.୫ ଡିଗ୍ରୀ ରେକର୍ଡ଼ ହୋଇଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୬ ଡିଗ୍ରୀ ଯାଏଁ ଅଧିକ ରେକର୍ଡ଼ ହୋଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories