ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ପାଇଁ ଦତ୍ତମହାପାତ୍ର ନିଯୋଗକୁ ପୁଣିଥରେ ନିର୍ଦେଶ ଜାରି କରାଯାଇଛି ଶ୍ରୀମନ୍ଦିର ପ୍ରଶାସନ । ନିର୍ଦେଶକୁ ଅବମାନନା କଲେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ ହେବ କହିଛି। ସୂଚନାଯୋଗ୍ୟ ଯେ, ମହାପ୍ରଭୁଙ୍କ ବନକଲାଗି ନୀତି ଦୀର୍ଘ ବର୍ଷ ହେଲା ବୁଧବାର ହେଉଛି । ଚଳିତବର୍ଷ ରଥଯାତ୍ରା ପରେ ନିର୍ଦ୍ଧାରିତ ବୁଧବାର ଜୁଲାଇ ୧୨ତାରିଖରେ ବନକଲାଗି ନକରିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ୧୮ ତାରିଖରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ବରିଷ୍ଠ ସେବକମାନଙ୍କ ସହ ଦତ୍ତମହାପାତ୍ର ନିଯୋଗ ମଧ୍ୟ ଉପସ୍ଥିତ ଥିଲେ । ବୁଧବାର ବନକଲାଗି ପାଇଁ ଉପଯୁକ୍ତ ଦିନ ବୋଲି ବୈଠକରେ ନିର୍ଦ୍ଧାରଣ ହୋଇଥିଲା। ମାତ୍ର ଦତ୍ତମହାପାତ୍ର ନିଯୋଗ ଏହା ସମ୍ପାଦନ କରି ନଥିଲେ। ତେଣୁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁସାରେ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।
Popular Categories



