www.samajalive.in
Sunday, December 7, 2025
26.1 C
Bhubaneswar

ଜାଲିଆତି କରି ବିକିଦେଲେ ଜଗନ୍ନାଥଙ୍କ ଜମି

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ବେଆଇନ ଭାବେ ଜବରଦଖଲ କରି ଲୋକଙ୍କୁ ପ୍ଲଟିଂ କରି ବିକ୍ରି କରାଯାଉଥିବା ସଂକ୍ରାନ୍ତରେ ଶନିବାର ବାସେଳିସାହି ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୁରୀ ତଥା ଆଖପାଖ ଅଞ୍ଚଳରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ହଜାରହଜାର ଏକର ଜମି ରହିଛି। ବିଭିନ୍ନ ସମୟରେ ବେଆଇନ ଭାବେ ଜମି ଦଲାଲମାନେ ସାଧାରଣ ଲୋକଙ୍କୁ ପ୍ଲଟିଂ କରି ବିକ୍ରି କରିଥିବା ଅଭିଯୋଗ ହୋଇଛି। ବାସେଳିସାହି ଥାନା ଅଧୀନ ମାଟିତୋଟା ମୌଜାର ୟୁନିଟ ନଂ-୧, ଖାତା ନଂ -୩୮ରେ ଥିବା ସମୁଦାୟ ୧୦୯ଟି ପ୍ଲଟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରହିଛି। ଏହି ୧୦୯ଟି ପ୍ଲଟକୁ କିଛି ଜମି ଦଲାଲ ବେଆଇନ ଭାବେ ଦଖଲ କରି ସାଧାରଣ ଲୋକଙ୍କୁ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଜମି ବିକ୍ରିବେଳେ କବଲା କରାନଯାଇ ନୋଟାରୀ ମାଧ୍ୟମରେ ବିକ୍ରି କରାଯାଇଛି ବୋଲି ସୂଚନା ମିଳିଛି। ଯାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି। ଏହି ଜମି ବିକ୍ରିରେ ଏକାଧିକ ପ୍ରଭାବଶାଳୀ ବ୍ୟକ୍ତି ସାମିଲ ଥିବା ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ବେଆଇନ ଭାବେ ବିକ୍ରି ଏବଂ ଖରିଦରେ ସାମିଲ ଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ହସ୍ତାନ୍ତର ସମ୍ପୂର୍ଣ୍ଣରୂପେ ବେଆଇନ। ଏହାଦ୍ବାରା ଜମି ମାଲିକ ଦଲାଲଙ୍କ ଦ୍ବାରା ଠକେଇର ଶିକାର ହେଉଛନ୍ତି। ଜମି ହାତେଇଥିବା ମାଲିକଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ବେଆଇନ ହସ୍ତାନ୍ତରରୁ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ବିରତ ରହିବାକୁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ସତର୍କ କରାଇଛନ୍ତି। ଶନିବାର ଥାନାରେ ଏତଲା ଦେବା ପରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏବଂ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲଙ୍କୁ ବେଆଇନ ଭାବେ ଜମି ହସ୍ତାନ୍ତରରେ ସାମିଲ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories