www.samajalive.in
Sunday, December 7, 2025
23.1 C
Bhubaneswar

ପଞ୍ଜାବ ସ୍ୱର୍ଣ୍ଣ ମନ୍ଦିର ନିକଟରେ ବିସ୍ଫୋରଣ: ଅଭିଯୁକ୍ତ ସାହିବ ସିଂ, ହରଜିତ୍‌ ସିଂ ଏବଂ ଧର୍ମେନ୍ଦ୍ର ସିଂଙ୍କ ସହ ୫ ଗିରଫ

ଅମୃତସର- ପଞ୍ଜାବର ଅମୃତସରରେ ପ୍ରସିଦ୍ଧ ସ୍ୱର୍ଣ୍ଣ ମନ୍ଦିର ନିକଟରେ ଅଳ୍ପ ଦିନ ବ୍ୟବଧାନରେ ତିନୋଟି ବିସ୍ଫୋରଣ କରାଯାଇଥିଲା । ଏହି ଘଟଣାରେ ସାମିଲ ୫ ଜଣଙ୍କୁ ପୁଲିସ ଗିରଫ କରିଛି । ସାହିବ ସିଂ, ହରଜିତ୍‌ ସିଂ ଧର୍ମେନ୍ଦ୍ର ସିଂ ,ଆଜାଦଭୀର ସିଂ ଏବଂ ଅମରୀକ୍‌ ସିଂ ନାମକ ଅଭିଯୁକ୍ତଙ୍କୁ ପୁଲିସ ଏହି ବିସ୍ଫୋରଣ ଘଟଣାରେ ଗିରଫ କରିଛି । ଏହା ସହ ସେମାନଙ୍କ ନିକଟରୁ ବିସ୍ଫୋରକ ଜବତ କରାଯାଇଥିବା ପଞ୍ଜାବ ଡିଜିପି ଗୌରବ ଯାଦବ ସୂଚନା ଦେଇଛନ୍ତି । ଏହି ଅଭିଯୁକ୍ତମାନେ ବିସ୍ଫୋରକ ସହ ଏକ କେଜି ବାଣ ତିଆରି ପାଇଁ ବ୍ୟବହୃତ ବାରୁଦ ସାହାଯ୍ୟରେ ବିସ୍ଫୋରଣ କରିଥିଲେ ।

ଏହା ପୂର୍ବରୁ ପୁଲିସ ପକ୍ଷରୁ ଅଭିଯୁକ୍ତମାନଙ୍କର ସିସିଟିଭି ଫୁଟେଜ୍‌ ଏବଂ ଫଟୋ ଜାରି କରାଯାଇଥିଲା . ଏମାନେ ବିସ୍ଫୋରକ ରଖିବା ପରେ ସ୍ୱର୍ଣ୍ଣ ମନ୍ଦିର ନିକଟରୁ ଚାଲିଯାଉଥିବା ଦେଖିବା ପାଇଁ ମିଳିଥିଲା । ବୁଧବାର ରାତିରେ ଏହି ସ୍ଥାନରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଏହା ସହ ଗୁରୁବାରରେ ମଧ୍ୟ ଛୋଟ ବିସ୍ଫୋରଣ ହୋଇଥିଲା । ହରମନ୍ଦିର ସାହିବଙ୍କ ନିକଟରେ ଥିବା ହେରିଟେଜ୍‌ ଷ୍ଟ୍ରୀଟ୍‌ ନିକଟରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଶାନ୍ତି ଭଙ୍ଗ କରିବା ପାଇଁ ଏମାନେ ବିସ୍ଫୋରଣ କରିଥିବା ପୁଲିସ ସୂଚନା ଦେଇଛି ।

- Advertisement -

ବିସ୍ଫୋରଣ ଶଦ୍ଦ ଶୁଣିବା ପରେ ସ୍ଥାନୀୟ ଦୋକାନୀମାନେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିଲେ । ପ୍ରଥମେ ନବବିହିତ ଜୋଡାଙ୍କୁ ପିଲିସ ଗିରଫ କରିଥିଲେ । ସେମାନେ ବିସ୍ଫୋରଣ ବିଷୟରେ ସବୁକଥା ମାନି ନେଇଥିଲେ । ତାଙ୍କରି ସୂଚନା ଆଧାରରେ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଆହୁରି ବିସ୍ଫୋରକ ଜବତ କରାଯାଇଛି । ଶ୍ରୀ ହରମନ୍ଦିର ସାହିବଙ୍କ ନିକଟରେ ମଧ୍ୟରାତ୍ରୀରେ ବିସ୍ଫୋରଣ ହୋଇଥିଲା । ଏକ ଘଣ୍ଟା ୪୫ ମିନିଟ୍‌ ପରେ ଦ୍ୱିତୀୟ ବିସ୍ଫୋରଣ ହୋଇଥିଲା । ପରୋ ଗୁରୁବାରରେ ତୃତୀୟ ବିସ୍ଫୋରଣ ହୋଇଥିଲା ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories