www.samajalive.in
Tuesday, December 9, 2025
26.1 C
Bhubaneswar

ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ସିଧୁଙ୍କ ଅଭିଳାଷ : ଅମରିନ୍ଦର

ଚଣ୍ଡିଗଡ: କଂଗ୍ରେସ ନେତା ନବଜୋତ ସିଂହ ସିଧୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଏହି ଆସନରେ ବସିବା ଲାଗି ଇଚ୍ଛା କରୁଛନ୍ତି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ କହିଛନ୍ତି। ନିଜର ନୀଚ ମନ୍ତବ୍ୟ ଲାଗି କଂଗ୍ରେସ ଓ ତାଙ୍କୁୁ ସାଧାରଣରେ ନିନ୍ଦିତ କରିଥିବା ସିଧୁଙ୍କୁ ଅମରିନ୍ଦର ସମାଲୋଚନା କରିବା ପୂର୍ବକ ଏହା କହିଛନ୍ତି। ରବିବାର ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ନିଜର ମତଦାନ କରିବାକୁ ଯିବା ପୂର୍ବରୁ ଅମରିନ୍ଦର ଏହା କହିଛନ୍ତି। କିଛି ଦିନ ତଳେ ସିଧୁ ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀ ନବଜୋତ କୌରଙ୍କୁ କଂଗ୍ରେସ ଟିକଟ ନ ମିଳିବାର କାରଣ ହେଉଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ତେବେ ସିଧୁଙ୍କ ଏପରି ଅଭିଯୋଗକୁ ଅମରିନ୍ଦର ଖଣ୍ଡନ କରି କହିଥିଲେ ଯେ ଅମୃତସର କିମ୍ବା ଭଟିଣ୍ଡାରୁ ନିର୍ବାଚନ ଲଢିବା ଲାଗି କୌରଙ୍କୁ କଂଗ୍ରେସ ଟିକଟ ଯଚାଯାଇଥିଲା; ମାତ୍ର ସେ ଏହାକୁ ଅସ୍ବୀକାର କରିଥିଲେ। ସେହିପରି ପଞ୍ଜାବରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଅପବିତ୍ର କରାଯାଉଥିବାବେଳେ ସିଧୁ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ଅମରିନ୍ଦର କହିଛନ୍ତି ଯେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏଥିପାଇଁ ସିଧୁ ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ଚାଲେଞ୍ଜ କରୁଛନ୍ତି; ତେବେ ଦଳର ହାଇକମାଣ୍ଡ ରାହୁଲ ଗାନ୍ଧୀଙ୍କ ନିକଟରେ ଅଭିଯୋଗ କରିପାରିବେ। ଅମରିନ୍ଦର କହିଛନ୍ତି ‘ ସିଧୁଙ୍କ ସହିତ ମୋର କିଛି ମତଭେଦ ନ ଥିଲା। ତାଙ୍କର ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷ ଅଛି। ଏହା ଭଲ କଥା। ସବୁ ଲୋକଙ୍କର ଅଭିଳାଷ ରହିଛି। ତେବେ ମୋତେ ମୁଖ୍ୟମନ୍ତ୍ରୀରୁ ହଟାଇ ମୁଖ୍ୟମନ୍ତ୍ରୀ ହେବାକୁ ସେ ଅଭିଳାଷ ରଖିଛନ୍ତି।’

Hot this week

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

Related Articles

Popular Categories