ପୁଣେରେ ମଣିଷଙ୍କ ଅପେକ୍ଷା ଗାଡ଼ି ସଂଖ୍ୟା ଅଧିକ

0

ପୁଣେ : ଏବେ ପୁଣେ ଏକ ରହସ୍ୟମୟ ସହରରେ ପରିଣତ ହୋଇଛି । ପୁଣେରେ ଗାଡ଼ି ସଂଖ୍ୟା ଜନସଂଖ୍ୟାକୁ ଟପି ଯାଇଛି । ଏଠାରେ ୩୬.୨ ଲକ୍ଷ ଗାଡ଼ି ଥିବାବେଳେ ଜନସଂଖ୍ୟା ୩୫ ଲକ୍ଷ ରହିଛି । ପ୍ରଥମ ସହର ଭାବେ ଦେଶରେ ପୁଣେରେ ମଣିଷଙ୍କ ଅପେକ୍ଷା ଅଧିକ ଗାଡ଼ି ରହିଛି । ପୁଣେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଏମ୍‌ଏଚ୍‌-୧୨ ଅନୁସାରେ ୨୦୧୭-୧୮ରେ ଗାଡ଼ି ସମ୍ପର୍କିତ ରାଜସ୍ୱ ଆଦାୟରେ ୧୮% ବୃଦ୍ଧି ଘଟିଛି । ୨୦୧୭-୧୮ରେ ଆରଟିଓ ରାଜସ୍ୱ ଲକ୍ଷ୍ୟ ୮୬୨.୩ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲାବେଳେ ୧୦୨୧.୬ କୋଟି ଟଙ୍କା ଆଦାୟ କରାଯାଇଛି । ସେହିପରି ୨୦୧୭ରେ ମଧ୍ୟ ଆରଟିଓ ଧାର୍ଯ୍ୟ ଲକ୍ଷଠାରୁ ୨୩୭.୬୩ କୋଟି ଟଙ୍କା ଅଧିକ ଆଦାୟ କରିଥିଲା ବୋଲି ଆରଟିଓ ମୁଖ୍ୟ ବାବାଶାହେନ ଅଜ୍ରି କହିଛନ୍ତି । ୨୦୧୭-୧୮ରେ ଚାରି ଚକିଆ ଯାନ ପଞ୍ଜିକରଣରେ ୯.୫୭% ଓ ଦୁଇ ଚକିଆ ଯାନରେ ୮.୨୪% ବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୧୬ରେ ୨୨,୬୯୬ ଟାକ୍ସି ଏବଂ କାବ୍‌ ପଞ୍ଜିକରଣ କରାଯାଇଥିଲାବେଳେ ୨୦୧୭-୧୮ରେ ୨୮,୩୪୪ ଟାକ୍ସି ଏବଂ କାବ୍‌ ପଞ୍ଜିକରଣ କରାଯାଇଛି । ୨୦୧୬-୧୭ରେ ପୁଣେରେ ୨୪.୯୭ ଲକ୍ଷ ଦୁଇ ଚକିଆ ଯାନର ପଞ୍ଜିକରଣ କରାଯାଇଥିଲାବେଳେ ୨୦୧୭-୧୮ରେ ୨୭.୦୩ ଲକ୍ଷ ଦୁଇ ଚକିଆ ଯାନ ପଞ୍ଜିକରଣ କରାଯାଇଛି । ସହରରେ କାର ସଂଖ୍ୟା ୬.୪୫ ଲକ୍ଷ ବୃଦ୍ଧି ପାଇଛି । ଏ କ୍ରମରେ ପୁଣେରେ ସମସ୍ତ ଲୋକଙ୍କ ଘରେ ଗୋଟିଏ ଲେଖାଏଁ ଗାଡ଼ି ରହିଛି । କେତେକ ଲୋକଙ୍କ ପାଖରେ ଏକାଧିକ ଗାଡ଼ି ଅଛି । ଗାଡ଼ି ବୃଦ୍ଧି ଯୋଗୁଁ ସହରରେ ଟ୍ରାଫିକ୍‌ ସମସ୍ୟା ଜଟିଳ ହେବାରେ ଲାଗିଛି ।

Leave A Reply