www.samajalive.in
Monday, December 15, 2025
24.1 C
Bhubaneswar

ପୁଲୱାମା ଆକ୍ରମଣ : ସହିଦଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ରବିନା ଟଣ୍ଡନ

ମୁମ୍ବଇ : ପୁଲୱାମା ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଏଥିରେ ସହିଦ ହୋଇଥିବା ଯବାନମାନଙ୍କ ପରିବାରକୁ ଅନେକ ଲୋକ ସହାୟତାର ହାତ ବଢାଇଛନ୍ତି। ବଲିଉଡ଼ର ଅନେକ କଳାକାର ମଧ୍ୟ ସହିଦ ହୋଇଥିବା ଯବାନମାନଙ୍କ ପରିବାରକୁ ସହାୟତାର ହାତ ବଢାଇଛି।

ବଲିଉଡର ପୂର୍ବତନ ଅଭିନେତ୍ରି ରବିନା ଟଣ୍ଡନ ସହିଦଙ୍କ ପରିବାରକୁ ସହାୟତାର ହାତ ବଢାଛନ୍ତି। ସେ ଏକ କାର୍ଯ୍ୟକ୍ରମରେ ସହିଦ ପରିବାରର ପିଲାଙ୍କର ପଢା ଖର୍ଚ୍ଚ ବହନ କରିବା କଥା କହିଛନ୍ତି।

- Advertisement -

ସେହିପରି ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନ ଆକ୍ରମଣରେ ସହିଦ ହୋଇଥିବା ପ୍ରତ୍ୟେକ ଯବାନଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ।

ନିକଟରେ ମୁକ୍ତିଲାଭ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‍ ଉପରେ ଆଧାରିତ ଚଳଚ୍ଚିତ୍ର ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ’ର ଟିମ୍‍ ସହିଦଙ୍କ ପରିବାରକୁ ୧କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଚଳଚ୍ଚିତ୍ରର ପ୍ରଯୋଜକ ରୋନି ସ୍କ୍ରୁଭାଲା ଟ୍ୱିଟ୍‍ କରି ଏହି ସୂଚନା ଦେଇଥିଲେ।

ସେହିପରି ପୂର୍ବରୁ ବଲିଉଡ଼ କଣ୍ଠଶିଳ୍ପୀ କୈଳାଶ ଖୈର ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଉତ୍ତର ପ୍ରଦେଶର ବିଜୟ କୁମାର ମୋର୍ଯ୍ୟଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି କହିଥିଲେ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories