ପ୍ରତି ଆକ୍ରମଣ ପାଇଁ ପାକ୍‌ସେନାକୁ ଅଧିକାର ଦେଲେ  ଇମରାନ୍‌ ଖାନ୍‌

0

ଇସଲାମାବାଦ..- ଗୁରୁବାର ସନ୍ଧ୍ୟା ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଜାତୀୟ ସୁରକ୍ଷା ସମିତିର ବୈଠକ ଡକାଇବା ସହ ଭାରତ ଆକ୍ରମଣ କିମ୍ବା ସର୍ଜିକାଲ ଷ୍ଟ୍ରାଇକ୍‌ କଲେ ପ୍ରତି ଆକ୍ରମଣ ପାଇଁ ପାକ ସେନାକୁ ସମସ୍ତ ଅଧିକାର ପ୍ରଦାନ କରିଛନ୍ତି । ଏହା ସହ ପୁଲୁଓ୍ୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଜନା ଜାମ୍ମୁ କାଶ୍ମୀରରେ ହୋଇଥିବା ବୋଲି  କହିଛନ୍ତି ।

prayash

ଏହା ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାକୁ   କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ  ଅନୁମତି ପ୍ରଦାନ କରିଥିବା କଥା କହିଥିଲେ । ପୁଲଓ୍ୱମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ଏକ  ଜନସମାବେଶରେ ଏ ବିଷୟରେ ସୂଚନା ଦେଇଥିଲେ ।

ଗୁରୁବାର ସନ୍ଧ୍ୟା ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଜାତୀୟ ସୁରକ୍ଷା ପରିଷଦର ବୈଠକ ଡକାଇଥିଲେ । ଏଥିରେ ପାକିସ୍ତାନର ସେନାମୁଖ୍ୟ ଜାଭେଦ୍‌ ବାଜଓ୍ୱା , ଅନ୍ୟ ସେନା ଅଧିକାରୀ ଓ ପାକିସ୍ତାନର ବିଭିନ୍ନ ବିଭାଗର ମନ୍ତ୍ରୀ ଯୋଗ ଦେଇଥିଲେ । ଏହି ବୈଠକରେ ଆତଙ୍କବାଦୀ ହାଫିଜ୍‌ ସୟିଦର ଦୁଇଟ ସଙ୍ଗଠନ ଉପରେ ପାକିସ୍ତାନ ସରକାର ପ୍ରତିବନ୍ଧକ ଲଗାଇଥିବା ଘୋଷଣା କରିଛନ୍ତି ।

kalyan agarbati
Leave A Reply