www.samajalive.in
Monday, December 8, 2025
13.1 C
Bhubaneswar

ପୁଲୱାମା ଆକ୍ରମଣ : ସିଧୁଙ୍କୁ ଫିଲ୍ମ ସିଟିରେ ପ୍ରବେଶ ଉପରେ ଲାଗିଲା ଅଙ୍କୁଶ

ମୁମ୍ବଇ: ପୁଲୱାମା ଆକ୍ରମଣ ଘଟଣାରେ ବିବାଦୀୟ ମନ୍ତବ୍ୟ ଦେଇ ସିଧୁଙ୍କ ମୁଣ୍ଡବ୍ୟଥା ବଢିବାରେ ଲାଗିଛି। ପ୍ରଥମେ ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ହାସ୍ୟରସ କାର୍ଯ୍ୟକ୍ରମ ‘ଦି କପିଲ ଶର୍ମା ଶୋ’ରୁ ବାଦ ପଡିବା ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ତାଙ୍କୁ ଫିଲ୍ମ ସିଟିରେ ପ୍ରବେଶ ଉପରେ ଅଙ୍କୁଶ ଲାଗିଛି। ଏହି ନିଷ୍ପତ୍ତି ନେଇଛନ୍ତି ଫେଡରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେଇମ୍ପଲାଇଜ(ଏଫଡବ୍ଲୁଆଇସିଇ) । ଏଫଡବ୍ଲୁଆଇସିଇ ଗୋରେଗ୍ରାମର ଦାଦା ସାହେବ ଫାଲକେ ଫିଲ୍ମ ସିଟିର ପ୍ରବନ୍ଧ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ଫିଲ୍ମ ସିଟିରେ ସିଦ୍ଧୁଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି କରିଛନ୍ତି।

ଏହି ପତ୍ରରେ ଉଲ୍ଲେଖ ରହିଛି କି, ଦାଦା ସାହେବ ଫାଲକେ ଫିଲ୍ମ ସିଟିର ଷ୍ଟୁଡିଓରେ ନବଜୋତ ସିଂହ ସିଦ୍ଧୁ ଓ ପାକିସ୍ତାନୀ କଳାକାର ତଥା ଗାୟକଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ଭାବେ ଅଙ୍କୁଶ ଲଗାଯାଉ। ସେମାନଙ୍କୁ କୌଣସି ସୁଟିଂ ପାଇଁ ଅନୁମତି ନମିଳିବା ଆବଶ୍ୟକ। ଦ ଫେଡରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଇମ୍ପଲାଇଜରେ ପାଖାପାଖି ୨୯ୟୁନିୟନ୍‌ ସାମିଲ ରହିଛନ୍ତି। ଏଥିରେ ସଦସ୍ୟଙ୍କ ସଂଖ୍ୟା ଲକ୍ଷାଧିକ ପାଖାପାଖି ରହିଛି।

- Advertisement -

ସୂଚନା ମୁତାବକ, ପାକିସ୍ତାନକୁ ସମର୍ଥନ କରି ସିଧୁ କହିଥିଲେ ଯେ ‘କିଛି ଲୋକଙ୍କ ପାଇଁ ଗୋଟିଏ ଦେଶକୁ କାହିଁକି ବଦନାମ କରାଯିବ ?’ ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ଥାଇ ସୁଦ୍ଧା ସିଧୁଙ୍କ ଏଭଳି ମନ୍ତବ୍ୟକୁ ଦେଶବାସୀ ଗ୍ରହଣ କରିପାରି ନ ଥିଲେ। ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା। ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ସେନାମୁଖ୍ୟ କ୍ବାମାର ଜାଭେଦ ବାଜୱାଙ୍କୁ କୋଳାଗ୍ରତ କରିବା ଘଟଣାରେ ମଧ୍ୟ ସେ ସମାଲୋଚିତ ହୋଇଥିଲେ।

Hot this week

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

Related Articles

Popular Categories