www.samajalive.in
Tuesday, December 9, 2025
26.1 C
Bhubaneswar

ହାଫିଜ ସୟିଦର ଦୁଇଟି ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ

ଇସଲାମାବାଦ ..- ପୁଲୁଓ୍ୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଇବା ପାଇଁ ଭାରତ ଉଦ୍ୟମ ଆରମ୍ଭ କରିଛି । ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ  ପରିସ୍ଥିତ ସୃଷ୍ଟି ହୋଇଛି । ଏହାପରେ ପାକିସ୍ତାନର ଭୟ ବଢିବାରେ ଲାଗିଛି । ହେଲେ ମୁହଁ ଫୁଟାଣି ଛାଡିନି ପାକିସ୍ତାନ । ମାତ୍ର ଭୟ ଯୋଗୁଁ ପାକିସ୍ତାନ ର ରାଜନେତା ଶାସକ ଓ ସେନା ବିଭିନ୍ନ ପ୍ରକାର ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି । ଏବେ ନାମକୁ ମାତ୍ର ପାକିସ୍ତାନ ଆତଙ୍କବାଦୀ ହାଫିଜ୍‌ ସୟିଦର ଦୁଇଟି ସଙ୍ଗଠନ ଉପରେ ପ୍ରତିବନ୍ଧକ ଲଗାଇଛି ।  ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ରାଷ୍ଟ୍ରୀୟ ସୁରକ୍ଷା ସମିତିର ବୈଠକ କରିବା ସହ ଜମାତ ଉଦ୍‌ ଦାବା ଓ ଫଲାହ-ଏ-ଇନସାନିୟତ ଉପରେ ପ୍ରତିବନ୍ଧକ ଲଗାଇଥିବା ସୂଚନା ଦେଇଛନ୍ତି ।

ଏହି ଦୁଇଟି ସଙ୍ଗଠନ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଇବା ପାଇଁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି ।  ଆତଙ୍କବାଦୀ ହାଫିଜ୍‌ର ପ୍ରୋତ୍ସାହନରେ ଏହି ସଙ୍ଗଠନ ଚାଲିଛି। ଏହାର ୩୦୦ ଶାଖା ଥିବା ବେଳେ ୫୦ ହଜାରରୁ ଅଧିକ ଲୋକ କାର୍ଯ୍ୟକରୁଛନ୍ତି । ମାତ୍ର ପାକିସ୍ତାନ ସୟିଦର ଆତଙ୍କବାଦୀ ସଙ୍ଗଠନ ଲଶକର-ଏ-ତୋଇବା ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ ।  ଉପୋରକ୍ତ ଦୁଇଟି ସଙ୍ଗଠନକୁ ସ୍ୱେଚ୍ଛାସେବୀ ସଙ୍ଗଠନ କହିବା ସହ ହାଫିଜ୍‌ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛି ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories