www.samajalive.in
Monday, December 15, 2025
24.1 C
Bhubaneswar

କାନ୍ଦୁଛି ଚାଷୀ…., ଅନ୍ନଦାତା ଆଜି ଦୟାର ଭିକାରୀ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କୃଷି ସମୃଦ୍ଧ ଅଞ୍ଚଳ। ଏଠିକାର ମୁଖ୍ୟ କୃଷି ଧାନ। ଶତକଡା ୯୮ପ୍ରତିଶତ ଲୋକ ଧାନ ଚାଷ କରନ୍ତି। ଏହି ଚାଷ ହେଉଛି ତାଙ୍କର ମୁଖ୍ୟ ଜୀବିକା। ଅନୁଧ୍ୟାନ କଲେ ଜଣାପଡ଼ିବ ଯେ ୫୦ ପ୍ରତିଶତ ଚାଷୀ ଭାଗ ଚାଷୀ । ଧାନ ବିକ୍ରୟ କରି ଫସଲରେ ଖର୍ଚ୍ଚ କରିଥିବା ଋଣ ପରିଶୋଧ କରି ଜମି ମାଲିକକୁ ଧାର୍ଯ୍ୟ ମୁତାବକ କର ଦେଲାପରେ ଯାହା ବଳେ ସାଧାରଣତଃ ସେଥିରେ ନିଜର ଓ ନିଜ ପରିବାରର ଭବିଷ୍ୟତ ଗଢନ୍ତି। ଏବେ ସରକାରଙ୍କ ଟୋକନ ବ୍ୟବସ୍ଥା ସାଙ୍ଗକୁ ପ୍ରକୃତିର କ୍ରୁର ଚକ୍ଷୁ ଚାଷୀଙ୍କ ଭାଗ୍ୟ ସହିତ ଖେଳ ଖେଳୁଛି। ମଣିଷ ମୁହଁରେ ଅନ୍ନ ଦେଉଥିବା ଅନ୍ନଦାତା ଆଜି ରାସ୍ତାର ଭିକାରୀ ସାଜିଛି। କେତେବେଳେ ପ୍ରଶାସନର ଦ୍ଵାର ତ, ଆଉ କେତେବେଳେ ଋଣ ଦାତାଙ୍କ ଦ୍ଵାରକୁ ଯାଇ ତାର ଧାନ ଗଣ୍ଡାକ ବିକ୍ରି କରିବା ପାଇଁ ଟିକେ ଦୟାର ଭିକ୍ଷା ମାଗୁଛି। ତଥାପି ପ୍ରଶାସନ ଏହି ଚାଷୀଙ୍କ ପାଇଁ ଦ୍ଵାର ଖୋଲିନି।

- Advertisement -

ଆଜି ରାଜରାସ୍ତାରେ, ବିଲରେ, ଖଳାରେ, ପୋଲ ଉପରେ ପଡ଼ିଛି ରହିଛି ହଜାର ହଜାର କୁଇଣ୍ଟାଲ୍ ଧାନ। ବର୍ଷା ପାଣିରେ ଗଜା ମାରି ଆଉ ତାହା ବିକ୍ରୟ ଯୋଗ୍ୟ କି ଆଉ କୌଣସି ବ୍ୟବହାର ଯୋଗ୍ୟ ହୋଇନାହିଁ। ଅନେକ ଚାଷୀ ବିଲରୁ  ଆଉ ଧାନ କାଟି ନାହାନ୍ତି। ବିଲରେ ସବୁ ଗଜା ହେଇଛି। ଏମିତି ପରିସ୍ଥିତି ହୋଇଛି ଯାହା ଚାଷୀ ନା କହି ପାରୁଛି ନା ସହିପାରୁଛି। କିଛି ଚାଷୀ ଧାନ ଅମଳ କରି ମଧ୍ୟ ବିକ୍ରୟ କରି ନ ପାରି ଧାନ ଗଜା ହେଇଛି । ଆଉ ତାହା ବିକ୍ରୟ ବି ହେବନି । କିନ୍ତୁ ସେଇ ଧାନ ଅମଳ ପାଇଁ ଶ୍ରମିକ ମାନଙ୍କୁ ତାଙ୍କର ମଜୁରୀ ଖର୍ଚ୍ଚ ନ ଦେଲେ ନ ଚଳେ। ଆଉ ତା ସହ ଜମି ମାଲିକକୁ କର। ତେବେ ଚାଷୀର ପରିସ୍ଥିତି କେତେ ଭୟଙ୍କର ତାହା ବେଶ୍ ଅନୁମେୟ।ସରକାର ପ୍ରତିଶ୍ରୁତି ଦେଉଛନ୍ତି ଯେ ଯେଉଁମାନଙ୍କର ଟୋକନ ବାତିଲ ହେଇଛି ସେମାନେ ପୁଣି ଧାନ ବିକ୍ରି କରି ପାରିବେ। ‘ଛାମୁ ଯାହା ଦେଲେ ହରଷେ,ପାଉ ପାଉ ଗଲା ବରଷେ‘ ପରି ଟୋକନ ଫେରିବା ବେଳକୁ ଚାଷୀର ଧାନ ଆଉ ବିକ୍ରୟ ଯୋଗ୍ୟ ହୋଇ ନ ଥିବ। ତେବେ ଟୋକନ ଆଉ ଫେରିବାର ମୂଲ୍ୟ କିଛି ନାହିଁ। ଚାଷୀଙ୍କୁ ବାରମ୍ବାର ଧୈର୍ଯ୍ୟ ହରା ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି କିନ୍ତୁ ଏଠି ଚିନ୍ତା କରିବାର କଥା ଯେ, ଜଣେ ଚାଷୀର ସର୍ବସ୍ବ ପରିଶ୍ରମର ଫଳ, ତାର ପରିବାରର ଭବିଷ୍ୟତ ଆଜି ବର୍ଷାରେ ସଢ଼ୁଛି, ପଡ଼ିଛି ,ତେବେ ସେ ଧୈର୍ଯ୍ୟ ଧରିବ କେମିତି ଆଉ କେଉଁ ଆଶା ନେଇ। ଆଜି ଯାଏଁ କୌଣସି ବୀମା ରାଶି କିମ୍ବା କ୍ଷୟକ୍ଷତି ପୁରଣ ଦେବାପାଇଁ କୌଣସି ସ୍ତରରେ ପ୍ରତିଶ୍ରୁତି ଟିଏ ବି ପାଉନି। ଶହ ଶହ ଚାଷୀଙ୍କ ଧାନ ପାଣିରେ ବୁଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅନ୍ୟ କେତେକଙ୍କ ମାର୍କେଟ ରେ ଓ ରାସ୍ତାରେ ଧାନ ପଡ଼ି ଗଜା ହୋଇଛି।

ତେବେ ପ୍ରଶାସନ ପ୍ରତିଶୃତି ନ ଦେଇ ସ୍ଵତନ୍ତ୍ର ଭାବରେ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କ ଧାନ ର ବିକ୍ରି କରିବା ବ୍ୟବସ୍ଥା ଓ ତାଙ୍କର କ୍ଷତି ପୂରଣ କରିବା ପାଇଁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରା ଶାଖାର ସଭାପତି ହାରାଧନ ପ୍ରଧାନ, ବରିଷ୍ଠ ଚାଷୀ ନେତା ବସନ୍ତ ବାରିକ୍, ବୃଶଭାନୁ ସାହୁ, ଭିକାରୀ ବାରିକ୍, ଗଣେଶ ମହାକୁର, ପଲଉ ମାଝୀ ପ୍ରମୁଖ ଦାବି କରିଛନ୍ତି। ଦଳୀୟ ପ୍ରତିନିଧି, କର୍ମକର୍ତ୍ତା ,ପ୍ରଶାସନ କେବଳ ଭୋଟ ସମୟରେ ନୁହେଁ, ଏବେ ଚାଷୀଙ୍କ ପାଖକୁ ଯାଇ ତାଙ୍କର ଦୁଃଖ ବୁଝନ୍ତୁ, ତାଙ୍କ ପ୍ରତି ସହାୟତାର ହାତ ବଢ଼ାନ୍ତୁ, ଚାଷୀଙ୍କ ପାଇଁ ଦରଦୀ ବନ୍ଧୁ ଟିଏ ହୁଅନ୍ତୁ ଯାହା ଆଜିର ପରିସ୍ଥିତିରେ ପ୍ରକୃତ ସହାୟତା ହୋଇପାରିବ। ଚାଷୀଙ୍କ ପାଇଁ କେବଳ ଦରଦୀ ଭାଷଣ ସୁଣାଇଲେ ତାଙ୍କର ସମସ୍ୟା ସମାଧାନ ହେବନି ,ତାଙ୍କ ପାଇଁ ଉପଯୁକ୍ତ ପଦକ୍ଷେପ ନେଇ ତାଙ୍କୁ ଏହି ବିଷମ ସଙ୍କଟରୁ ରକ୍ଷା କରିବା ପ୍ରକୃତ ମାନବିକତା ହୋଇପାରିବ ବୋଲି ସଂଗଠନ ପକ୍ଷରୁ ଆହ୍ବାନ ଦେଇଛନ୍ତି ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories