www.samajalive.in
Sunday, December 7, 2025
18.1 C
Bhubaneswar

ମାଡ ଭୟରେ ନଦୀକୁ ଡେଇଁଲେ ଯୁବକ : ଉଦ୍ଧାର କଲା ଅଗ୍ନିଶମ ବିଭାଗ

ତେଲକୋଇ :  ଗାଁ ଲୋକଙ୍କ ମାଡ ଭୟରେ ପୋଲ ଉପରୁ ସମାକୋଇ ନଦୀ କୁ ଡେଇଁପଡିଲେ ଯୁବକ । ଯୁବକ ଜଣଙ୍କ ହେଉଛନ୍ତି ଖୁଣ୍ଟାପଡା ପଞ୍ଚାୟତ ଗୁଣ୍ଡରିଯୋଡା ଗ୍ରାମ ର ସତ୍ୟାନନ୍ଦ ଦେହୁରୀ(୩୫) । ଘଟଣା ଟି ଶୁକ୍ରବାର ସକାଳୁ ଘଟିଥିବା ବେଳେ ଖବର ପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ । ରଜ ବାହାଘର ସମୟରେ ପୂଜାରେ ବ୍ୟବହୃତ ଜିନିଷକୁ ଏହି ଯୁବକ ଚୋରି କରି ନେଇଥିବା ଗାଁ ଲୋକେ ସନ୍ଦେହ କରିଥିଲେ। ତାକୁ ପଚରାଉଚରା ପରେ ମୁଁ ବ୍ୟାଙ୍କରୁ ଟଙ୍କା ଉଠାଇ ଜିନିଷ କିଣି ଦେଇଦେବି ବୋଲି ଯୁବକ ଜଣଙ୍କ କହିଥିଲେ। ହେଲେ ଦୁଇଦିନ ହେବ କୁଆଡେ ଚାଲି ଯାଇଥିଲେ। ତେବେ ଆଜି  ଯୁବକଙ୍କୁ ଗାଁରେ ଲୋକେ ଦେଖି ଚୋରି ଜିନିଷ ମାଗିବାରୁ ଯୁବକ ଜଣଙ୍କ ଦୌଡ଼ି ପଳାଇଥିଲେ। ଗାଁ ଲୋକ ମଧ୍ୟ ତା ପଛରେ ଗୋଡାଇ ଥିଲେ। କାଳେ ଗାଁ ଲୋକେ ମାଡ ମାରିବେ ଭାବି ଭୟରେ ଯୁବକ ଜଣଙ୍କ ସମାକୋଇ ନଦୀକୁ ଡେଇଁ ପଡିଥିଲେ। ଭାସି ଯାଉଥିବା ବେଳେ କିଛି ସ୍ଥାନୀୟ ଯୁବକ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ତେବେ ସେମାନେ ସଫଳ ନହେବାରୁ ଅଗ୍ନିଶ୍ରମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ତେଲକୋଇ ଥାନା ନିକଟ ନଦୀ ଘାଟରୁ ଯୁବକଙ୍କୁ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି। ଯୁବକ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories