www.samajalive.in
Wednesday, December 10, 2025
15.1 C
Bhubaneswar

ନକଲି ଔଷଧ କାରବାର ନେଇ ଅଧିକ ଖୋଳତାଡ଼ ପାଇଁ ମୁମ୍ବଇ ଗଲା ଏସ୍‌ଟିଏଫ

ଭୁବନେଶ୍ବର: କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ଠାବ ଘଟଣାର ଅଧିକ ଖୋଳତାଡ଼ ପାଇଁ ମୁମ୍ବଇ ଗଲା ଏସ୍‌ଟିଏଫ। ମୁମ୍ବଇରେ ଗିରଫ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବାକୁ ଏସଟିଏଫ ଟିମ ମୁମ୍ବଇ ଯାଇଛି। ସୁଦୀପ ମୁଖାର୍ଜୀ ହେଉଛନ୍ତି ନକଲି କମ୍ପାନୀ ମାକ୍ସ ରିଲିଫ ହେଲ୍‌ଥ କେୟାର ମୁଖ୍ୟ। ପୂର୍ବରୁ ସୁଦୀପ ମୁଖାର୍ଜୀଙ୍କୁ ଗିରଫ କରିଛି ମୁମ୍ବଇ ପୁଲିସ, ଏବେ ସେ ଜେଲରେ ଅଛନ୍ତି। ସୁଦୀପଙ୍କ ମାକ୍ସ କମ୍ପାନୀରୁ ନକଲି ଔଷଧ ଆଣିଥିଲା କଟକ ସଂସ୍ଥା। ଡ୍ରଗ୍ସ ଲାଇସେନ୍ସ ଠକେଇ ମାମଲାରେ ଗିରଫ ହୋଇଛନ୍ତି ସୁଦୀପ ମୁଖାର୍ଜୀ।


ମିଳିଥିବା ସୂଚନା ଅନୁଯାୟୀ କଟକରୁ ବିପୁଳ ପରିମାଣର ନକଲି କରୋନା ଔଷଧ ‘ଫେଭିପିରାଭିର୍‌’ ଓ ଅନ୍ୟାନ୍ୟ ମେଡିସିନ୍‌ ଜବତ ହୋଇଥିଲା। ଏହି ମାମଲାର ଖୋଳତାଡ଼ କରିବା ପାଇଁ କ୍ରାଇମ୍‌ ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ମୁମ୍ବଇ ଯାଇଛି। ଏହି ଟିମ୍‌ ମୁମ୍ୱାଇ ପୁଲିସ ହାତରେ ଧରାପଡ଼ିଥିବା ନକଲି ମେଡିସିନ୍‌ କମ୍ପାନୀ ମାକ୍ସ ରିଲିଫ୍‌ ହେଲ୍‌ଥ କେୟାର ମୁଖ୍ୟ ସୁଦୀପ ମୁଖାର୍ଜୀଙ୍କୁ ଜେରା କରିବ। ପୂର୍ବରୁ ଡ୍ରଗ୍ସ ଲାଇସେନ୍ସ ଠକେଇ ମାମଲାରେ ସୁଦୀପ ଗିରଫ ହୋଇଛନ୍ତି ଏବଂ ଏବେ ସେ ଜେଲ୍‌ରେ ରହିଛନ୍ତି। ସୁଦୀପଙ୍କ ମାକ୍ସ କମ୍ପାନୀରୁ ନକଲି ଔଷଧ ଆଣିଥିଲା କଟକ ସଂସ୍ଥା। ଗତ ୧୧ ତାରିଖରେ କଟକ କନିକା ଛକରେ ଥିବା ଏକ ମେଡିସିନ୍‌ ଷ୍ଟୋରରୁ ୧୭ ହଜାର ଫାଭିପିରାଭିର୍‌ ଟାବଲେଟ୍‌ ସହିତ ଅନ୍ୟାନ୍ୟ ମେଡିସିନ୍‌ ଜବତ ହୋଇଥିଲା। ଏହାର ଚେର ରାଜ୍ୟ ଓ ରାଜ୍ୟ ବାହାରକୁ ଲମ୍ୱିଥିଲା। ଏହାପରେ ଡ୍ରଗ୍ସ କଣ୍ଟ୍ରୋଲ ସ୍କ୍ୱାଡ୍‌ ରାଉରକେଲା, ବଲାଙ୍ଗିର, ବୌଦ୍ଧ, ରାୟଗଡ଼ା, ବାଲେଶ୍ୱରରେ ବିଭିନ୍ନ ମେଡିସିନ୍‌ ଷ୍ଟୋରରେ ଚଢ଼ଉ କରିଥିଲା। ଏହି ସମୟରେ ବିପୁଳ ପରିମାଣରେ ନକଲି କରୋନା ଔଷଧ ଜବତ ହୋଇଥିଲା। କରୋନା ବେଳେ ନକଲି ମେଡିସିନ୍‌ କାରବାର ରାଜ୍ୟ ସରକାରଙ୍କ ନିଦ ହଜାଇ ଦେଇଛିଥିଲା ଏବଂ ଏହାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଇଥିଲେ । ଏହା ପରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ମାମଲାର ତଦନ୍ତ କରୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories