ପ୍ରେସ କ୍ଳବର ପ୍ରଥମ ବାର୍ଷିକ ଉତ୍ସବ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା  କଲ୍ୟାଣୀ ମଣ୍ଡପରେ ପ୍ରେସ କ୍ଳବର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରେସ କ୍ଳବର ସଭାପତି ସନ୍ତୋଷ କୁମାର ବଚ୍ଛ।ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଦେବଗିରି  କ୍ରାନ୍ତୀକାରୀ ବାବା  ଭିସ୍ମାନନ୍ଦ ଗିରି, କ-ଜୋନର ଜିଲ୍ଲା ପରିଷଦ ସଦସ୍ୟ ବାରାଟମ ୱାରା ପ୍ରସାଦ ରାଓ, ସୂଚନା ଲୋକ ସମ୍ପର୍କ ଅଧିକାରୀ  ବସନ୍ତ କୁମାର ପ୍ରଧାନ, ସିଆରପିଏଫ କ୍ୟାମ୍ପ ଆସିଷ୍ଟାଣ୍ଡ କମାଣ୍ଡର ଡି. କୃଷ୍ଣ। ରାଓ, ବିଡ଼ିଓ  ସୁନୀଲ କୁମାର ଖରା, ଥାନା ଅଧିକାରୀ ମୁକୁନ୍ଦ ଦେବ ନାୟକ ମଞ୍ଚାସୀନ ଥିଲେ । ଗଣମାଧ୍ୟମର ଭୂମିକା, ଦାୟିତ୍ୱ ବିଷୟରେ ମତ  ଦେବା ସହ ଅଞ୍ଚଳର ସାମ୍ବାଦିକ ମାନେ ନିଷ୍ଠାର ସହ ଖବର ପରିବେଷଣ କରୁଛନ୍ତି ବୋଲି ଅତିଥିମାନେ ମତ ଦେଇଥିଲେ। ପାଣ୍ଡି ଅଗ୍ରୱାଲ ମଞ୍ଚ ପରିଚାଳନା ସହ  ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରେସ କ୍ଳବର ଉପସଭାପତି ମାଲେସୁ କୌଶଲ୍ୟା, ସନ୍ତୋଷ କୁମାର ଲମ୍ବତା, ମିଣ୍ଟୁ ଦଣ୍ଡସେନା, ପ୍ରଶାନ୍ତ କୁମାର ନାହାକ, ପ୍ରଦୀପ ଦଳେଇ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।
ପ୍ରଥମେ ଅତିଥିମାନେ ଅବହେଳିତ ହୋଇ ଥିବା ସହିଦ ପୀଠରେ ପୁଷ୍ପ ମାଲ୍ୟ ଦେଇଥିଲେ। କ୍ଳବ ତରଫରୁ ଅତିଥିଙ୍କୁ ଆଦିବାସୀ ପରମ୍ପରା ନାଚର ତାଳେ ତାଳେ ମଣ୍ଡପକୁ ପାଛୋଟି ନେଇ ସ୍ୱାଗତ କରିଥିଲେ । ଅତିଥିଙ୍କ ଦ୍ୱାରା ଦୁଇଜଣ ବରିଷ୍ଠ ସାମ୍ବାଦିକ ଏଙ୍କେଟେଶ୍ୱର ପାଢ଼ୀ, ମାଉଡି ବାରିକ, ସଙ୍ଗୀତରେ ଗଗନ ବିହାରୀ ସ୍ୱାଇଁ, ଜାତୀୟ ସ୍ତରୀୟ କବାଡିରେ ଦିଲୀପ କୁମାର ପରିଡା, ରୋଗିବୁହା ଗାଡିର ଜରୁରୀକାଳୀନ ଚିକିତ୍ସା ଅଧିକାରୀ ଦୁର୍ଗା ପ୍ରସାଦ ଜେନା ଓ ଅତିଥି ମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା ।

Comments are closed.