bjd  ek lkhya koti banner

ମାହାଙ୍ଗା ମାମଲାରେ ରାୟ ସଂରକ୍ଷିତ

mission shakti banner

ଭୁବନେଶ୍ବର : ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କ ଆବେଦନର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । ତାଙ୍କ ବିରୋଧରେ ମାମଲା ଚାଲୁ ପାଇଁ ତଳ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ପ୍ରତାପ ଜେନା ହାଇକୋର୍ଟରେ ଆବେଦନ କରିଥିଲେ । ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ହାଇକୋର୍ଟ ।

କହିରଖୁଛୁ ମାହାଙ୍ଗା ଡବଲ ମର୍ଡର ଘଟଣାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାର ଅଭିଯୋଗକାରୀ ମୃତ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ୧୩ ଜଣଙ୍କ ନାଁରେ ଅଭିଯୋଗ କରିଥିଲେ । ଏଥିରେ ବିଧାୟକ ପ୍ରତାପ ଜେନାଙ୍କ ନାଁ ସାମିଲ ଥିଲା । କିନ୍ତୁ ପରେ ତାଙ୍କ ନାଁ ଏଫଆଇଆରରୁ ହଟିଥିଲା । ଏହା ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରମାକାନ୍ତ ।

ବଢ଼ିଲା ମାହାଙ୍ଗା ବିଧାୟକଙ୍କ ଅନ୍ତରୀଣ ସୁରକ୍ଷା

Comments are closed.