www.samajalive.in
Sunday, December 14, 2025
23.1 C
Bhubaneswar

ରଘୁନାଥଜୀଉ ମନ୍ଦିର ପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ମାଳିପୁଟ

ପଟ୍ଟାଙ୍ଗି:  ପଟାଙ୍ଗି ବ୍ଳକ ଅନ୍ତର୍ଗତ ମାଳିପୁଟ ୨୬ ନଂ ଜାତୀୟ ରାଜପଥ କଡ଼ରେ ରଘୁନାଥ ଯୀଉ ମନ୍ଦିର ପ୍ରତିଷ୍ଠା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସୂଚନା ମୁତାବକ  ପଞ୍ଚାୟତର ସଦର ଗ୍ରାମବାସୀ ଏବଂ ନାଲକୋ ଦାମନଯୋଡି ଶିଳ୍ପାଞ୍ଚଳର ଅବସର ପ୍ରାପ୍ତ ସହୃଦୟ ତଥା ପ୍ରଭୁ ରାମ ଭକ୍ତ  ସୁରେନ୍ଦ୍ରନାଥ ସାହୁଙ୍କ ପ୍ରଚେଷ୍ଟାରେ ଗଢି ଉଠିଥିବା ରଘୁନାଥଯୀଉ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ୨୩ରୁ ୨୬ ଅର୍ଥାତ୍ ମଙ୍ଗଳବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ।

ଏହି ସମୟରେ ଗ୍ରାମର ଶତାଧିକ ମହିଳା କଳସ ଯାତ୍ରା କରିବା ପରେ ବିଧିବଦ୍ଧ ଭାବେ ପ୍ରତିଷ୍ଠା କାର୍ଯ୍ୟକ୍ରମ ସହ ପୂଜାର୍ଚ୍ଚନା ଆରମ୍ଭ ହେବ ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ୍ଦ୍ରନାଥ ସାହୁ ଏବଂ ସମ୍ପାଦକ ତଥା ପୂଜକ ଅମୂଲ୍ୟ କୁମାର ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ପୁରୀ ଶ୍ରୀଜୀଉଙ୍କ ପୀଠରୁ  ଜଗନ୍ନାଥ ସଂସ୍କୃତି ବିଶାରଦ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସହ ବହୁ ବରିଷ୍ଠ ପଣ୍ଡିତ ଯୋଗ ଦେଉଛନ୍ତି।

- Advertisement -

ମନ୍ଦିର ଗଢି ଉଠିବା ପଛରେ ଗ୍ରାମବାସୀଙ୍କ ଶ୍ରମଦାନ ସାଙ୍ଗକୁ ନିର୍ମାଣ କାର୍ଯ୍ୟରେ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ସାହୁ ପ୍ରମୁଖ ଙ୍କ ଅହେତୁକ ପ୍ରଚେଷ୍ଟା ଓ ମନବଳ ଯୋଗୁଁ ଦୀର୍ଘ ୦୩ ବର୍ଷ ପରେ ସମ୍ପୂର୍ଣ୍ଣ ହୋଇ ଥିବା ମନ୍ଦିର ର ପ୍ରତିଷ୍ଠା କୁନେଇ ଅଞ୍ଚଳ ବାସି ବେଶ ଉତ୍ସାହିତ ହୋଇଥିବା ଦେଖିବା କୁ ମିଳିଛି ।

ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ଉପସଭାପତି ବିଦ୍ୟାବନ୍ତ ନାୟକଙ୍କ ସମେତ ଭୀମ ଖିଲ , ମାଧବ ହନ୍ତାଳ , ମହେଶ୍ବର ମଣ୍ଡଳ ଏବଂ ଗୋକୁଳ ଖିନିବୁଢୀ ଙ୍କ ସହ ଗ୍ରାମର ଯୁବଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିବା ସହ ୦୪ଦିନ ଧରି ଚାଲିବାକୁ ଥିବା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଥିବା ପ୍ରକାଶ କରିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories