www.samajalive.in
Sunday, December 7, 2025
16.1 C
Bhubaneswar

ଆଇଆଇଟି ଭୁବନେଶ୍ୱର ବୋର୍ଡ଼ ଅଫ ଗଭର୍ଣ୍ଣର ସଦସ୍ୟ ଭାବେ ପ୍ରଶାନ୍ତ କୁମାର ସ୍ୱାଇଁ ମନୋନୀତ

ନୂଆଦିଲ୍ଲୀ  : ଆଇଆଇଟି ଭୁବନେଶ୍ୱର ବୋର୍ଡ଼ ଅଫ ଗଭର୍ଣ୍ଣର ସଦସ୍ୟ ଭାବେ ପୂର୍ବତନ ପ୍ରଶାସକ ପ୍ରଶାନ୍ତ କୁମାର ସ୍ୱାଇଁ ମନୋନୀତ ହୋଇଛନ୍ତି । ଭାରତୀୟ ଡାକ ବିଭାଗ ଏବଂ କେନ୍ଦ୍ର କୃଷି ମନ୍ତ୍ରାଳୟର ବିଭିନ୍ନ ପଦରେ କାର‌୍ୟ୍ୟ କରି ନିକଟରେ ଅତିରିକ୍ତ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ ।

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଭାବେ କୃଷି ଉତ୍ପାଦ ବଜାର ସଂସ୍କାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା । ବିଶ୍ୱର ସର୍ବବୃହତ ଇଲୋକ୍ଟ୍ରୋନିକ କୃଷି ବଜାର ପ୍ଲାଟଫର୍ମ ଇ-ନାମ ଆରମ୍ଭ କ୍ଷେତ୍ରରେ ଅଗ୍ରଣୀ ଭୂମିକା ରହିଥିଲା । ସେହିପରି ତାଙ୍କ ଉଦ୍ୟମରେ ଦେଶରେ ୧୦ ହଜାର କୃଷି ଉତ୍ପାଦକ ସଂଘ (ଏଫପିଓ) ଗଠନ ହୋଇଥିଲା । ଶିମିଳିପାଳ ଜୈବ ବିବିଧତା ଅଞ୍ଚଳରେ ବଣ୍ୟଜନ୍ତୁ-ମଣିଷ ଲଢେଇକୁ ହ୍ରାସ ପାଇଁ ସେ ସବୁଜ କୃଷି ପ୍ରକଳ୍ପ ଆରମ୍ଭ କରିଥିଲେ । ଶ୍ରୀ ସ୍ୱାଇଁ ଓଡିଶା ବିଦ୍ୟୁତ ନିୟମକ ଆୟୋଗର ପୂର୍ବତନ ଅଧ୍ୟକ୍ଷ ସ୍ବର୍ଗତ ଶରତ ଚନ୍ଦ୍ର ମହାଳିକ ଏବଂ ବିଶିଷ୍ଟ ନୃତ୍ୟଙ୍ଗନା ଗୀତା ମହାଳିକଙ୍କ ଜାମାତା ଅଟନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories