www.samajalive.in
Monday, December 15, 2025
24.1 C
Bhubaneswar

ପୋଷ୍ଟ କାର୍ଡ ସାହାଯ୍ୟରେ ନିମନ୍ତ୍ରଣ ପତ୍ର

ଫୁଲବାଣ: ବର୍ତମାନର AI ଯୁଗରେ ପୁରୁଣା ଜିନିଷକୁ ଲୋକେ ଭୁଲିଗଲେଣି । ହ୍ବାଟସାପ୍, ଫେସବୁକ୍ ପରି ବିଭିନ୍ନ ଆପ୍ଲିକେସନ ମାଧ୍ୟମରେ ଲୋକେ ଯୋଗାଯୋଗ କରୁଛନ୍ତି । କିନ୍ତୁ ହଜି ଯାଇଥିବା ପୁରୁଣା ଜିନିଷକୁ ପୁଣି ମନେ ପକେଇବା ପାଇଁ ଏକ ଅଭିନବ ଉପାୟରେ ଫୁଲବାଣୀ ବି.ଇ.ଡି କଲେଜର କଳା ଶିକ୍ଷକ ସମରେନ୍ଦ୍ର ବେହେରା ଓ ଅନ୍ୟ ସହାୟକ ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି ଏକ ନିମନ୍ତ୍ରଣ ପତ୍ର କୁ ନୂଆ ରୂପ ଦେଇଛନ୍ତି ।

ଆଗକୁ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା, ତେଣୁ ପୂଜାର ନିମନ୍ତ୍ରଣ ପତ୍ରକୁ ପୋଷ୍ଟ କାର୍ଡ ସାହାଯ୍ୟରେ ନିମନ୍ତ୍ରଣ କରି ଅତୀତର ପୁରୁଣା ଜିନିଷର ମୂଲ୍ୟ କୁ ବଜାଇ ରଖିବା ପାଇଁ ଚେଷ୍ଟା କରିଛନ୍ତି । ଏହି ନିମନ୍ତ୍ରଣ ପତ୍ର ଯେଉଁମାନେ ବର୍ତମାନ ପାଇଛନ୍ତି ସେମାନେ ପୁରୁଣା ସ୍ମୃତିକୁ ମନେ ପକାଇ ଏଭଳି ନିମନ୍ତ୍ରଣ ପତ୍ର ଛାପିଥିବା ଯୋଗୁଁ ମଧ୍ୟ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories