www.samajalive.in
Saturday, December 6, 2025
17.1 C
Bhubaneswar

ମହିଳାଙ୍କୁ ପ୍ରେମ ନିବେଦନ ଘଟଣା: ରସିକିଆ କନଷ୍ଟେବଳଙ୍କ ବିରୋଧରେ ମାମଲା

କେନ୍ଦ୍ରାପଡ଼ା :: ମହିଳାଙ୍କୁ ପ୍ରେମ ନିବେଦନ କରିଥିବା ରସିକିଆ ପୁଲିସ କନଷ୍ଟେବଳଙ୍କ ବିରୋଧରେ ମାର୍ଶାଘାଇ ଥାନାରେ ମାମଲା ରୁଜୁ ହୋଇଛି । ରସିକିଆ ପୁଲିସ କର୍ମଚାରୀ ଜଣକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ କୁଦାନଗରୀ ଥାନାରେ କାର୍ଯ୍ୟରତ  କନଷ୍ଟେବଳ ଅଜୟ ସାହୁ । ଅଜୟ  ଜିଲ୍ଲା ମାର୍ଶାଘାଇ  ଥାନା ଅଂଚଳର ଜଣେ ମହିଳାଙ୍କୁ ଫୋନରେ ପ୍ରେମ ନିବେଦନ କରିଥିଲେ । ଏହା ସହ ମହିଳାଙ୍କ ଜଣେ ସଂପର୍କୀୟଙ୍କ ଘରକୁ ଦେଖା କରିବାକୁ ଡାକିଥିଲେ । ମହିଳା ଜଣକ ସଂପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରେ କନଷ୍ଟେବଳ ଜଣକ ତାଙ୍କ ଚରିତ୍ର ସଂହାର କରିଥିଲେ । ଏହାସହ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ । ଏ ନେଇ ମହିଳା ଜଣକ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ମାର୍ଶାଘାଇ ଥାନାଧିକାରୀ ତପନ ନାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ପାଇବା ପରେ ଥାନାଧିକାରୀ ତପନ ନାୟକ କନଷ୍ଟେବଳଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏ ସଂକ୍ରାନ୍ତରେ ଥାନାଧିକାରୀ ତପନ ନାୟକଙ୍କୁ ପଚାରିବାରୁ ସେ କହିଲେ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ ପାଇବା ପରେ ମାମଲା ରୁଜୁ ହୋଇଛି । ସଂପୃକ୍ତ ମହିଳାଙ୍କୁ ଥାନାକୁ ଡକାଯାଇ ତାଙ୍କ ବୟାନ ରେକର୍ଡ କରାଯାଇଛି । ଏହାସହ ସଂପୃକ୍ତ କନଷ୍ଟେବଳଙ୍କ ବିରୋଧରେ ମଧ୍ୟ ତଦନ୍ତ କରାଯାଉଛି । ମହିଳା ଜଣକ ସମସ୍ତ ପ୍ରମାଣ ଦେଇଛନ୍ତି । ସେହି ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି ତାନାଧିକାରୀ କହିଛନ୍ତି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories