www.samajalive.in
Saturday, December 6, 2025
26.1 C
Bhubaneswar

ରେଳବାଇରେ ଚାକିରି ଦେବା ନାଁରେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହଡପ

ଗୋପାଳପୁର : ଭାରତୀୟ ରେଳବାଇ ମାଲଗୋଦାମ ଶ୍ରମିକ ସଂଘରେ ନାଁ ସଦସ୍ୟ ସଂଗ୍ରହ ସହ ରେଳବାଇରେ ଚାକିରି ଦେବା ନାଁରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ହଡ଼ପ ନେଇ କୋର୍ଟଙ୍କ ନିର୍ଦେଶ କ୍ରମେ ୨୯୦/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ଛାନଭିନ କରୁଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୦୮ ଯୁବକଙ୍କଠାରୁ ଶ୍ରମିକ ସଂଘର ସଦସ୍ୟ ନିମନ୍ତେ ଜଣ ପିଛା ୬୦ ଟଂକା ଓ ରେଳବାଇରେ ନିଯୁକ୍ତି ପ୍ରଦାନ ନିମନ୍ତେ ଜଣପିଛା ୨ ଲକ୍ଷ ଟଙ୍କା ଲେଖାଏଁ ପ୍ରାୟ ୧ କୋଟି ୧୨ ଲକ୍ଷ ୫୦ ହଜାର ଟଙ୍କା ଠକି ନେବା ପରେ ଯୁବକ ମାନଙ୍କୁ ନିଯୁକ୍ତି ନମିଳିବା ପରେ ସେମାନେ ଠକାମିର ଶିକାର ହୋଇଥିବା ଜାଣିପାରି କୋର୍ଟରେ ଓ୍ବାନ ସିସି ଫାଇଲ କରିଥିଲେ।

ଅଭିଯୋଗ ଅନୁଯାୟୀ ଗୋଳାବନ୍ଧ ଗ୍ରାମର ଜି ତେଜେଶ୍ବର ରାଓ ଗତ ମାର୍ଚ୍ଚ ୨୦୨୩ ରେ କଂସ ପ୍ରଧାନ ଓ ଅମିୟ କୁମାରଙ୍କ ସମ୍ପର୍କରେ ଆସିବା ସହ ଭୁବନେଶ୍ବର ସୈନିକ ସ୍କୁଲ ରୋଡରେ ଥିବା ପ୍ରିୟା ଗେଷ୍ଟ ହାଉସରେ ଯାଜପୁରର ସେକ ଇସଫାକ ଆରଫିନଙ୍କ ସହ ସାକ୍ଷାତ କରିଥିଲେ। ଆରଫିନ ନିଜକୁ ଶ୍ରମିକ ସଂଘର ସମ୍ପାଦକ ଭାବେ ନିଜକୁ ପରିଚୟ ଦେଇଥିଲେ। ଏହା ସହ ତେଜେଶ୍ବରକୁ ସଂଘର ସଦସ୍ୟ ହେବାକୁ ୬୦ ଟଙ୍କାର ଗ୍ରାହକ ଫିସ ସହ ଆଗାମୀ ଦିନରେ ରେଳବାଇରେ ଚାକିରୀ ନିମନ୍ତେ ୨ ଲକ୍ଷ ଟଙ୍କା ଦେବାକୁ କହିଥିଲେ।ଏହା ନେଇ ତେଜେଶ୍ବର  ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଥିଲେ।ଏହା ପରେ ଆରଫିନ ପକ୍ଷରୁ  ପକ୍ଷରୁ ତେଜେଶ୍ବରଙ୍କୁ ନିଜ ଅଞ୍ଚଳରେ ସଦସ୍ୟ ସଂଗ୍ରହ କରିବାକୁ କୁହା ଯାଇଥିଲା। ଏହି କ୍ରମରେ ତେଜେଶ୍ବର ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୦୮ ଯୁବକଙ୍କଠାରୁ ୬୦ ଟଙ୍କା ସହ ୨ ଲକ୍ଷ ଟଙ୍କା ଲେଖାଏଁ ଆଦାୟ କରି ପର୍ଯ୍ୟାୟ କ୍ରମେ ଆରଫିନଙ୍କୁ ସମସ୍ତ ଟଙ୍କା ପଇଠ କରିଥିଲେ।

- Advertisement -

କିନ୍ତୁ ଆରଫିନ ପକ୍ଷରୁ ରେଳବାଇରେ ନିଯୁକ୍ତି ଦେବା ନେଇ କୈଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ଏହାକୁ ସନ୍ଦେହ ହେବାରୁ ନିଯୁକ୍ତି ପ୍ରଦାନ ନେଇ ଆରଫିନ ସହ ତେଜେଶ୍ବର ଯୋଗାଯୋଗ କରିବାରୁ ଆରଫିନ ପକ୍ଷରୁ ବିଭିନ୍ନ ଧମକ ଦିଆଯାଇଥିଲା। ଯାହାଫଳରେ ତେଜେଶ୍ବର ସମେତ ୧୦୮ ଯୁବକ ଠକେଇରେ ଶିକାର ହୋଇଥିବା ଜାଣି ଗତ ଜୁଲାଇ ମାସରେ ଏସବିଜିଏସ କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣୀ କରି କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଘଟଣା ନେଇ ଗୋପାଳପୁର ପୁଲିସ ସହ ଯୋଗାଯୋଗ ପରେ ଘଟଣାର ତଦନ୍ତ ଚାଲିଥିବା କୁହାଯାଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories