www.samajalive.in
Saturday, December 13, 2025
26.1 C
Bhubaneswar

ନବନିର୍ମିତ ହଷ୍ଟେଲ ବିଲ୍ଡିଂ ଉଦଘାଟନ କଲେ ସାଂସଦ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଶୁଣ୍ଢୀଗାଁ ନୁଆଁପଦର ଠାରେ ନୂତନ ଭାବରେ ନିର୍ମାଣ ହୋଇଥିବା ଶହେ ଶଯ୍ୟାବିଶିଷ୍ଠ ଛାତ୍ରୀ ନିବାସକୁ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଉଦଘାଟନ କରିଛନ୍ତି । ଏହାସହିତ ନୁଆଁପଦର ଠାରେ ଏକ ଛାତ୍ର ନିବାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ଛାତ୍ରୀ ନିବାସ ଗୁଡିକ ଦୀର୍ଘ ବର୍ଷ ଧରି ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡିରହିଥିବା ବଳେ ଏହି ବିଭାଗ ରେ ପ୍ରକଳ୍ପ ପ୍ରଶାସକ ଭାବରେ ଗଦାଧର ପାତ୍ର ଯୋଗ ଦେବାପରେ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା ।

ତେବେ ଏହି ଉଦଘାଟନୀ ଉତ୍ସବରେ ସାଂସଦଙ୍କ ସହ ଫୁଲବାଣୀ ବିଧାୟକ ଉମାଚାରଣ ମଲ୍ଲିକ ମଧ୍ୟ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ୱାଇଁ, ସାଂସଦ ପ୍ରତିନିଧି ଦୁର୍ଗାମାଧବ ଆଚାର‌୍ୟ୍ୟ, ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ, ବିଭାଗ ର କନିଷ୍ଠ ଯନ୍ତ୍ରୀ ଛୋଟରାୟେ ମାଝୀ,ସ୍ଥାନୀୟ ବିଜେପି ନେତା ଓ କର୍ମୀଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories