ବାସୁଦେବପୁର : ବାସୁଦେବପୁର ସହରର ଟ୍ରାଫିକ ସମସ୍ୟାର ସୁଧାର ପାଇଁ ପୌର ପ୍ରଶାସନ ଉଠା ଦୋକାନୀଙ୍କ ଉପରେ ଦାଉ ସାଜିଛି । ରାସ୍ତା ଉପରେ ଗାଡି ମୋଟର ଓ ଭାରିଯାନ ପାର୍କିଂ କରି ରଖିବା କାରଣରୁ ଟ୍ରାଫିକ ସମସ୍ୟା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳିଛି । ବାସୁଦେବପୁର-ଧାମରା ରାସ୍ତାର ସହର ମଧ୍ୟରେ ରାସ୍ତାର ଦୁଇ ପାଶ୍ୱର୍ରେ ବର୍ଷ ବର୍ଷ ଧରି ରାସ୍ତା ଶେଷରେ ନିର୍ମିତ ଡ୍ରେନ ଓ ଫୁଟପାଥରେ ଲୋକମାନେ ଅସ୍ଥାୟୀ ଭାବେ ପେଟ ପାଟଣା କରି ଆସୁଥିଲେ । ମାତ୍ର ସହର ଜାମ ରହିବା ଓ ଟ୍ରାଫିକ ସମସ୍ୟା ପାଇଁ ଧାମରାକୁ ଯାତାୟତ କରୁଥିବା ଭାରିଯାନ ଦ୍ୱାରା ବାରମ୍ବାର ଦୁର୍ଘଟଣା ଲାଗି ରହୁଥିଲା । ଯାହାକୁ ନେଇ ପ୍ରଶାସନ ନିକଟରେ ଲୋକମାନଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା । ରାସ୍ତା ଉପରେ ଗାଡି ମୋଟର ରଖିବା କାରଣରୁ ଜନଅସନ୍ତୋଷ ବଢିବାରେ ଲାଗିଛି । ମାଳ ମାଳ ଚାରିଚକିଆଯାନ ଠାରୁ ଆରମ୍ଭ କରି ଦୁଇଚକିଆଯାନ ରାସ୍ତା ଉପରେ ସିଧାସଳଖ ଛିଡା କରାଯାଉଛି । ଫଳରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି । କିନ୍ତୁ ଏହାର ସମାଧାନ କରାନଯାଇ ପ୍ରଶାସନ ଉଠା ଦୋକାନୀଙ୍କୁ ହଟାଇବାକୁ ନେଇ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି । ଅନ୍ୟପଟେ ଏନେଇ ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ସ୍ୱାଇଁଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।
Popular Categories



