www.samajalive.in
Sunday, December 7, 2025
26.1 C
Bhubaneswar

ଭଙ୍ଗାଘରେ ବିତୁଛି ଜୀବନ, ସରକାରୀ ଯୋଜନା ସାତସପନ

ହରଭଙ୍ଗା: ସରକାର ଗରିବଙ୍କ କଲ୍ୟାଣ ପାଇଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାତ୍ର ସରକାରୀ କଳର ତ୍ରୁଟି ଯୋଗୁଁ ପ୍ରକୃତ ହିତାଧିକାରୀଟିଏ ଗରିବ କଲ୍ୟାଣ ଯୋଜନାରୁ ବାଦପଡିବା ସହିତ କଲ୍ୟାଣକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ ହୋଇରହିଛି। ଏମିତି ଏକ ଘଟଣା ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂହପୁର ପଂଚାୟତ ମହାକୁଡପାଲ୍ଲୀ ଗ୍ରାମର ଝରିଆ ପ୍ରଧାନ ଏବଂ ତାଙ୍କ ଦୁଇ ଝିଆରୀ କ୍ଷେତ୍ରରେ ଘଟିଛି। ମହାକୁଡପାଲ୍ଲୀ ଗ୍ରାମର ବାସିନ୍ଦା ସୁକାନ୍ତି ପ୍ରଧାନ, ତାଙ୍କ ନିଜ ଭଉଣୀ ଏବଂ କାକା ଝରିଆ ପ୍ରଧାନ(୭୦)। ପିତାମାତାଙ୍କୁ ହରାଇବା ପରେ ଦୁଇ ଭଉଣୀ ଅବିବାହିତ ଅବସ୍ଥାରେ ଏକ ଅସହାୟ ଜୀବନ ଦିନକାଟୁଛନ୍ତି। କାକା ଝରିଆ ମଧ୍ୟ ଅବିବାହିତ ରହି ଏକାକୀ ବୃଦ୍ଧ ଅବସ୍ଥାରେ ଜୀବନ କାଟୁଛନ୍ତି। ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଏହି ତିନି ଅସହାୟଙ୍କ ପାଇଁ ପକ୍କାଘର ଖଣ୍ଡିଏ ସାତସପନ ହୋଇରହିଛି। ପ୍ରତିଦିନ ଦିନ ମଜୁରୀ କରି ଯାହା ରୋଜଗାର କରନ୍ତି ସେଥିରେ ସେମାନଙ୍କ ଚୁଲିଜଳେ। ମୁଣ୍ଡ ଗୁଞ୍ଜିବାକୁ ଥିବା ମାଟିଘର ଛାଉଁଣୀ ଛପର ଅଭାବରୁ ଭାଙ୍ଗିରୁଜିଗଲାଣି। ଫଳରେ ଭଙ୍ଗାଘରେ ପଲିଥିବ ଟାଣି ବର୍ତମାନ ଶୀତକାକରରେ ଏମାନେ ଅକଥନୀୟଭାବେ ଜୀବନ ବିତାଉଛନ୍ତି। ତୁରନ୍ତ ଦୁଇ ଅସହାୟ ପରିବାରକୁ ପକ୍କାଘର ଖଣ୍ଡିଏ ଯୋଗାଇଦେବାକୁ ସେମାନେ ଗୁହାରୀ କରିଛନ୍ତି। ଏ ସଂର୍ପକରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ତୁରନ୍ତ ଘଟଣାର ତଦନ୍ତ କରି ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇବା ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories