mission shakti banner

ମଥାରୁ ସିନ୍ଦୂର ପୋଛିବାକୁ ସୁପାରି ଦେଇଥିଲା ସ୍ତ୍ରୀ, ପ୍ରେମିକ ସହ ବନ୍ଧାହେଲା

ଯୁବକଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାଶ, ୨ ସୁପାରି କିଲର ସମେତ ୪ ଗିରଫ

nua o banner

ସୁନ୍ଦରଗଡ଼: ସ୍ବାମୀ ନାଁରେ ମଥାରେ ପିନ୍ଧୁଥିବା ସିନ୍ଦୂର ପୋଛିବାକୁ ସ୍ତ୍ରୀ ସୁପାରି ଦେଇ ତା’କୁ ହତ୍ୟା କରିଥିଲା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାଶ କରିଛି ସୁନ୍ଦରଗଡ଼ ପୁଲିସ। ଫଳରେ ସ୍ବାମୀକୁ ହତ୍ୟା କରି ପ୍ରେମିକ ସହିତ ରହିବା ଲାଗି ସ୍ତ୍ରୀ କରିଥିବା ଯୋଜନା ଭଣ୍ଡୁର ହୋଇଯାଇଛି। ଏହି ଘଟଣାରେ ପୁଲିସ ମୃତ ସ୍ବାମୀ ହତ୍ୟାକାରୀ ସ୍ତ୍ରୀ, ତା’ ପ୍ରେମିକ ଏବଂ ୨ ସୁପାରି କିଲରକୁ ଗିରଫ କରିଛି।

ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲା ବଣାଇ ଅନ୍ତର୍ଗତ କେନ୍ଦିରିକଳା ନିକଟ ଜଙ୍ଗଲରୁ ଗତ ୧୯ ତାରିଖରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ପଥରରେ ଛେଚିବା ସହ ଗଳାକାଟି ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଏହି ଘଟଣାରେ ପୁଲିସ ତଦନ୍ତ କରି ହତ୍ୟା ପଛରେ ଯୁବକଙ୍କ ସ୍ତ୍ରୀର ହାତ ଥିବା ଜାଣିବାକୁ ପାଇଛି। ସ୍ତ୍ରୀ ପ୍ରେମିକକୁ ବିବାହ କରିବା ଲାଗି ସ୍ବାମୀକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ତେଣୁ ତା’କୁ ହତ୍ୟା ପାଇଁ ୨ ଜଣଙ୍କୁ ସୁପାରି ଦେଇଥିଲା। ଯୋଜନା ମୁତାବକ ସୁପାରି କିଲର ଯୁବକଙ୍କୁ ହତ୍ୟା କରିଥିଲେ। ପୁଲିସ ସ୍ତ୍ରୀକୁ ପଚରାଉଚରା କରିବା ପରେ ଘଟଣା ଉପରୁ ପରଦା ହଟିଛି। ଏହା ସହିତ ପୁଲିସ ଅଭିଯୁକ୍ତ ସ୍ତ୍ରୀ, ତା’ ପ୍ରେମିକ ସହିତ ୨ ସୁପାରି କିଲରଙ୍କୁ ଗିରଫ କରିଛି।

Comments are closed.