ମୁଁ ମାଓବାଦୀ ନୁହେଁ, ପୁଲିସ କହୁଛି ମାଓବାଦୀ
କଲ୍ୟାଣସିଂହପୁର : ନିୟମଗିରି ଅଞ୍ଚଳର ମିଞ୍ଜିଳା ଶିକକାଙ୍କୁ ପୁଲିସ ମାଓବାଦୀ ଆକ୍ଷା ଦେଇ ଆତ୍ମସମର୍ପଣ କରିବା ସହ ଦୁଇ ଲକ୍ଷ ଟଙ୍କା ଘୋଷଣା କରି ଧରିବା ପାଇଁ ଚେଷ୍ଟା କରୁଥିବାରୁ ସେ ଲୁଚି ରହିଥିବା କହିଛନ୍ତି । ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି କି ‘ମୁଁ ମାଓବାଦୀ ନୁହଁ । ତାଙ୍କୁ ମୁଁ ଦେଖି ନାହିଁ ,ସେମାନେ କଣ ପିନ୍ଧୁଛନ୍ତି, କଣ କରୁଛନ୍ତି ,କେଉଁଠି ରହୁଛନ୍ତି ,ମୁଁ ଜାଣି ନାହିଁ । ମୋତେ ମିଛରେ ପୁଲିସ ଫସାଇ ଦେଉଛି । ମୁଁ ବାପା ମାଆ ଭାଇ ଭଉଣୀ ସାଙ୍ଗରେ ରହି ଡଙ୍ଗର କାମ କରୁଛି ।‘ ସେ କାହିଁକି ଆତ୍ମସମର୍ପଣ କରିବି ବୋଲି ମିଞ୍ଜିଳା ପ୍ରଶ୍ନ କରିଛନ୍ତି । ତାଙ୍କୁ ପୁଲିସ ମିଛରେ ଫସାଇ ଦେଉଥିବା ମିଞ୍ଜିଳା କହିଛନ୍ତି । ତାଙ୍କ ବାପା ଶିକକା କାଣୁ ମଧ୍ୟ ଝିଅକୁ ମିଛରେ ମାଓବାଦୀ କୁହାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ।
Comments are closed.