www.samajalive.in
Monday, December 15, 2025
26.1 C
Bhubaneswar

ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର

ଚୌଦ୍ୱାର: ଚୌଦ୍ୱାରସ୍ଥିତ କିଶୋର ନିଶାମୁକ୍ତି ଓ ପୁନର୍ବାସ କେନ୍ଦ୍ର ‘ପରିବର୍ତ୍ତନ’ ଅନୁଷ୍ଠାନର ଅନ୍ତେବାସୀମାନଙ୍କ ପାଇଁ ଏକ ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜଗତପୁର ଇମାମ ନଗରସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ଆୟୋଜିତ ଏହି ଶିବିରରେ ଡା. ସୌମ୍ୟ ରଞ୍ଜନ ନାୟକ, ସତ୍ୟବ୍ରତ ପଣ୍ଡା, ରଶ୍ମିତା ବେହେରା, ରୀନା ସାମଲ, ରଞ୍ଜନ ରାଉତ ପ୍ରମୁଖ ପରିବର୍ତ୍ତନ କେନ୍ଦ୍ରର ୨୭ ଜଣ ଅନ୍ତେବାସୀ ଓ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତ ଓ ଅନ୍ୟାନ୍ୟ ଆନୁସଂଗିକ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରିଥିଲେ ।

ଉଦ୍ଧାର ଫାଉଣ୍ଡେସନର ଅଧ୍ୟକ୍ଷା ଭାରତୀ ଦାସ ଆନୁଷ୍ଠାନିକ ଭାବେ ଶିବିରକୁ ଉଦଘାଟନ କରିଥିଲେ । ‘ପରିବର୍ତ୍ତନ’ର ଅଧ୍ୟକ୍ଷ ନରୋତ୍ତମ ଦାସ, ବଦ୍ରୀ ନାରାୟଣ ଅଧିକାରୀ, ପ୍ରିୟଙ୍କା ଦାସ, ସୁବ୍ରତ ଖଟୁଆ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories