www.samajalive.in
Tuesday, December 9, 2025
15.1 C
Bhubaneswar

ଚୌଦ୍ୱାରରେ ବିଜେପିର ରୋଡ଼ ଶୋ

ଚୌଦ୍ୱାର : ବିଜେପିର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଚୌଦ୍ୱାର ଅଞ୍ଚଳରେ ଏକ ବିଶାଳ ରୋଡ଼ ଶୋ ମାଧ୍ୟମରେ ପ୍ରଚାର କରିଛନ୍ତି । ସାଂସଦ ପ୍ରାର୍ଥୀ ଶ୍ରୀ ମହତାବ ଓ ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ଚୌଦ୍ୱାର ତଳ ବଜାର, ବଡ଼ବଜାର, ମଙ୍ଗଳାସାହି, ଓଟିଏମ୍ ବଜାର, ମୁଣ୍ଡମାଳ ଆଦି ସମେତ ପୌରପାଳିକାର ବିଭିନ୍ନ ୱାର୍ଡ଼ ପରିକ୍ରମା କରିବା ସହିତ ଆଗ୍ରାହାଟ, ନଖରା, ବାଣୀପଦା, ଇନ୍ଦ୍ରଣୀପାଟଣା ଆଦି ପଞ୍ଚାୟତର ବିଭିନ୍ନ ସହିବସ୍ତି ପରିକ୍ରମା କରିଥିଲେ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ କରିବା ସହିତ ବିକଶିତ ଭାରତ ଗଠନ ପାଇଁ ବିଜେପିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଶ୍ରୀ ମହତାବ ଲୋକ ମାନଙ୍କୁ ନିବେଦନ କରିଥିଲେ । ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ, ଦଳର କଟକ ଜିଲା ଉପ ସଭାପତି ପ୍ରଶାନ୍ତ କୁମାର ହୋତା, ସମ୍ପାଦକ ବୈରାଗୀ ଚରଣ ପ୍ରଧାନ, ପ୍ରକାଶ ଚନ୍ଦ୍ର ବଡ଼ଜେନା,ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ବେହେରାଙ୍କ ସମେତ ଦଳର ବହୁ ନେତା, କର୍ମୀ ଓ ସାଧାରଣ ଜନତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories