www.samajalive.in
Monday, December 8, 2025
16.1 C
Bhubaneswar

ଆଜି ଓଡ଼ିଶା ଆସୁଛନ୍ତି ଅରୁଣ ଗୋଭିଲ, ହିମନ୍ତ ବିଶ୍ୱଶର୍ମା: ୨୩ରେ ଆସିବେ ଯୋଗୀ

ଭୁବନେଶ୍ୱର : ଦେଶରେ ଆଞ୍ଚଳିକ ଦଳ ମଧ୍ୟରେ ବିଜେଡି ଏବେ ଆଗରେ ରହିଛି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ରାଜନୈତିକ ଗୋଟି ଚାଳନା ଯୋଗୁଁ ବିଜେଡି ଦୀର୍ଘ ୨୫ବର୍ଷ ଧରି କ୍ଷମତାରେ ଥିବାବେଳେ ଜାତୀୟ ଦଳ କଂଗ୍ରେସ ଓ ବିଜେପି ପଛରେ ପଡ଼ିଛନ୍ତି। ରାଜ୍ୟରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହୋଇ ସତ୍ତା ହରାଇବା ସ୍ଥିତିରେ ଥିବାବେଳେ ବିଜେପି ଆଗକୁ ବଢ଼ୁଛି। ଓଡ଼ିଶାରେ ବିଜେଡି ଗଡ଼ ଭାଙ୍ଗିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ଥର ଓଡ଼ିଶା ଗସ୍ତ କରି ବ୍ରହ୍ମପୁରଠାରୁ ଆରମ୍ଭ କରି ଭୁବନେଶ୍ବର, କଟକ, ପୁରୀ ଓ ଅନୁଗୋଳ ପ୍ରଭୃତି ସ୍ଥାନରେ ପ୍ରଚାରକୁ ଶାଣିତ କରିଛନ୍ତି। ବିଜେପି ଚାଣକ୍ୟ ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା, କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହିତ ଡ୍ରିମଗାଲ ତଥା ବିଜେପିର ସାଂସଦ ପ୍ରାଥୀ ହେମାମାଳିନୀଙ୍କ ପର୍ଯ୍ୟନ୍ତ ବରିଷ୍ଠ ନେତା ଘନ ଘନ ପ୍ରଚାର ଚଳାଇଛନ୍ତି। ଏହିପରିପ୍ରେକ୍ଷୀରେ ଆଜି ଓଡିଶା ଆସୁଛନ୍ତି ରାମାୟଣର ରାମ ତଥା ବିଜେପି ନେତା ଅରୁଣ ଗୋଭିଲ। ୪ଟି ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆଜି ପୂର୍ବାହ୍ଣରେ କେନ୍ଦୁଝରର ଚମ୍ପୁଆ, ମଧ୍ୟାହ୍ଣରେ ତେଲକୋଇଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ଶ୍ରୀ ଗୋଭିଲ ଅପରାହ୍ନ ୧.୩୦ରେ ଢେଙ୍କାନାଳଠାରେ ଅନୁଷ୍ଠିତ ରୋଡ-ଶୋ’ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହା ପରେ ଅପରାହ୍ଣ ୩ଟାରେ ଜୟଦେବ ନିର୍ବାଚନମଣ୍ଡଳୀର ଗୋରୁହାଟ ପଡ଼ିଆଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଆଜି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁର, ଦେବଗଡ଼, ଚଂପୁଆ ଓ ବଡ଼ମ୍ବାରେ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସକାଳ ସାଢ଼େ ୮ଟାରେ ସମ୍ବଲପୁର ଗସ୍ତ କରିବା ସହ ମାଆ ସମଲେଇଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ବିବୁ ବରୁଆଁଙ୍କ ଜନ୍ମସ୍ଥାନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇବେ । ପୂର୍ବାହ୍ନ ସାଢ଼େ ୧୦ଟାରେ ଦେବଗଡ଼ରେ ରୋଡ ସୋରେ ଯୋଗଦେବେ ହିମନ୍ତ ବିଶ୍ୱଶର୍ମା । ଅନ୍ୟପଟେ ୨୩ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories