www.samajalive.in
Sunday, December 7, 2025
13.1 C
Bhubaneswar

ଭିମସାରରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ବୁର୍ଲା: ବୁର୍ଲା ଭିମସାର ମେଡ଼ିକାଲ କଲେଜ ଫାର୍ମା କୋଲୋଜି ବିଭାଗରେ ରହିଥିବା କୋଭିଡ ଲ୍ୟାବ (ଏମଆରୟୁ) ବିଏସଏଲ ଲ୍ୟାବରେ ଅଗ୍ନିକାଣ୍ଡ ଘଟି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଭିମାସର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ମେଡ଼ିକାଲ କର୍ମଚାରୀଙ୍କ ସହିତ ପ୍ରଚେଷ୍ଟାରେ ନିଆଁକୁ ଆୟତ କରିଥିଲେ।
ବୁର୍ଲା ଭିମସାର ମେଡ଼ିକାଲ କଲେଜର ଏମଆରୟୁ (ମଲ୍ଟି ଡିସିପ୍ଲିନାରି ରିସର୍ଚ୍ଚ ୟୁନିଟ) ର ବିଏସଲ ଲ୍ୟାବ ରେ ଆଜି ହଠାତ ଅଗ୍ନିକାଣ୍ଡ ଘଟି ଥିଲା। ଏହି ଲ୍ୟାବ ମଧ୍ୟରେ ରହିଥିବା ଏକ ଏସିରେ ସର୍ଟ ସର୍କିଟ ରୁ ନିଆଁ ଲାଗି ଯାଇଥିଲା। ଉକ୍ତ କକ୍ଷ ହୁ ହୁ ହୋଇ ଜଳି ଉଠିବା ସହିତ ଚାରିଆଡ଼େ ଧୁଆଁ ଭର୍ତ୍ତି ହୋଇ ଯାଇଥିଲା। ଏହା ସମ୍ବନ୍ଧରେ ଫର୍ମକୋଲୋଜୀ ବିଭାଗୀୟ ମୁଖ୍ୟ ଡାକ୍ତର ଅଶୋକ ପାଣିଗ୍ରାହି ଖବର ପାଇବା ପରେ କର୍ମଚାରୀ ଏବଂ ଅଗ୍ନିଶମ ବିଭାଗକୁ ଅବଗତ କରାଇଥିଲେ।
ଭିମସାର ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ମହାନ୍ତି, ଏମଆରୟୁ ବିଭାଗୀୟ ଅଧିକାରୀ ପ୍ରଫେସର ବିମଲ କୃଷ୍ଣ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚିଥିଲେ । ମାତ୍ରାଧିକ ଧୁଆଁରେ ଆଚ୍ଛାଦିତ ହୋଇ ରହିଥିବା ବିଭାଗ ମଧ୍ୟକୁ ପ୍ରବେଶ କରିବା କଷ୍ଟକର ହୋଇ ପଡିଥିଲା। ଏହାପରେ ମେଡ଼ିକାଲ କର୍ମଚାରୀମାନଙ୍କ ସହାୟତାରେ ଝରକା କାଚ ଭାଙ୍ଗି  ଦେବାରୁ କିଛି ମାତ୍ରାରେ ଧୁଆଁ ହ୍ରାସ ପାଇଥିଲା। ଅଗ୍ନିଶ ମ ବିଭାଗୀୟ କର୍ମଚାରୀମାନେ ଅଗ୍ନିନିର୍ବାପକ ସୁଟ ପିନ୍ଧି ଭିତରକୁ ପ୍ରକେଶ କରି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଲ୍ୟାବ ମଧ୍ୟରେ ରହିଥିବା ବିଶାଳ ଫ୍ରିଜର ସହିତ ବାୟୁ ନିରୋଧକ କୋଠରୀ ମଧ୍ୟରେ ରହିଥିବା ସାମଗ୍ରୀ  ସହିତ କୋଠରୀ ନିଆଁରେ ପୋଡ଼ି ଯାଇଥିବା ବେଳେ ଏହି କୋଠରୀ ବାୟୁ ନିରୋଧକ ହୋଇଥିବାରୁ ନିଆଁ କୋଠରୀ ବାହାରକୁ ସଂକ୍ରମିତ ହୋଇ ପାରି ନ ଥିଲା।
ମାତ୍ର ବାହାରେ ମଧ୍ୟ ଗରମ ଧୂଆଁରେ କାନ୍ଥ ଏବଂ ଛାତ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇ ଥିବା ଅନୁମାନ କରାଯାଉଛି। ତେବେ ଭିମସାର ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରଦୀପ କୁମାର ମହାନ୍ତି ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଏବଂ ବାୟୁ ନିରୋଧକ କୋଠରୀ ଯୋଗୁଁ ନିଆଁ ବାହାରକୁ ସଂକ୍ରମିତ ହୋଇ ନ ଥିବା ଏବଂ ବିଶେଷ କ୍ଷୟକ୍ଷତି  ହୋଇ ନ ଥିବା ସୂଚନା ଦେଇଛନ୍ତି।  ଅଗ୍ନିଶମ ବିଭାଗୀୟ ଅଧିକାରୀ ଲୋକେଶ ପଟେଲ ଭିତରକୁ ପ୍ରବେଶ କରି ନିଆଁକୁ ଆୟତ୍ତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।
ଏହି ବିଏସଏଲ ୟୁନିଟଟି ଅନେକ ଦିନ ହେବ ତାଲାବନ୍ଦ ଅବସ୍ଥାରେ ରହିଥିଲା। ଏକ ବଡ ଧରଣର ଅଘଟଣରୁ ଆଜି ଭିମସାର ବର୍ତ୍ତିଯାଇଛି। ଯଦି ବା ଏହି ଫାର୍ମାକୋଲୋଜି ବିଭାଗରେ କର୍ମଚାରୀ ରହିଥିଲେ କୌଣସି ବଡ ଧରଣର ଅଘଟଣ ଘଟିବା ଆଶଙ୍କା ରହିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories