www.samajalive.in
Sunday, December 7, 2025
26.1 C
Bhubaneswar

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଦିନକ ପୂର୍ବରୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ କରିଥିଲେ

ଭବାନୀପାଟଣା : ଜୟପାଟଣା ଥାନା ଅନ୍ତର୍ଗତ ଟିଙ୍ଗୋପଖାନ ଗାଁରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ମହିଳା ସେହି ଗାଁର ଉମା ମାଝିଙ୍କ ସ୍ତ୍ରୀ ପୂର୍ଣ୍ଣମୀ ମାଝି ବୋଲି ଜଣାପଡିଛି । ସେ ବିଷପିଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ତେବେ ସେହି ଗାଁର ଅରୁଣ ମାଝି ତାଙ୍କୁ ଦୁଷ୍କର୍ମ କରି ମାରିଦେବାକୁ ଧମକ ଦେବା ଯୋଗୁଁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି।

ଅଭିଯୋଗ ଅନୁଯାୟୀ ଗତ ମାସ ୨୨ ତାରିଖ ଦିନ ସେହି ଗାଁର  ଅରୁଣ ମାଝି ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଗତକାଲି ପୂର୍ଣ୍ଣମୀ ଜୟପାଟଣା ଥାନାରେ ଅଭିଯୋଗ କରିଥିଲେ। ଦୁଷ୍କର୍ମ ପରେ ବାରମ୍ବାର ତାଙ୍କୁ ବ୍ଲାକ ମେଲିଂ କରିବା ସହ କାହାକୁ କହିଲେ ଜୀବନରେ ମାରିଦେବାକୁ ଅରୁଣ ଧମକ ଦେଉଥିବା ପୂର୍ଣ୍ଣମୀ ଗତକାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ସ୍ଵାମୀ ଉମା ମାଝି ଦାଦନ ଶ୍ରମିକ ଭାବେ ହାଇଦ୍ରାବାଦ ଯାଇଥିବାବେଳେ ଘରେ ଏକୁଟିଆ ପୂର୍ଣ୍ଣମୀଙ୍କୁ ପାଇ ଅଭିଯୁକ୍ତ ଅରୁଣ ବହୁବାର ବ୍ଲାକ ମେଲିଂ କରିଥିବା ଅଭିଯୋଗ କରିଥିଲେ ପୀଡ଼ିତା ମହିଳା। ତେବେ ଆଜି ତାଙ୍କର ଡାକ୍ତରୀ ମାଇନା ହେବା ପୂର୍ବରୁ ନିଜ ଘରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଜୟପାଟଣା ପୋଲିସ ଘଟଣାର ତଦନ୍ତ କରୁଛି।

ମହିଳାଙ୍କ ଭିନ୍ନ ଉପାୟ, କୋଳିରୁ ଜୁସ୍ ପ୍ରସ୍ତୁତ କରି କରୁଛନ୍ତି ଭଲ ଆୟ

- Advertisement -

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories