ଭୁଲରେ ସୀମା ଅତିକ୍ରମ କରିଥିବା ବାଳକକୁ ମିଠା ସହ ପାକିସ୍ତାନକୁ ହସ୍ତାନ୍ତର

0

ନୂଆଦିଲ୍ଲୀ: ମହମ୍ମଦ ଅବଦୁଲ୍ଲା ମାତ୍ର ୧୧ବର୍ଷ ବୟସରେ ଭାରତ ସୀମାରେ ପ୍ରବେଶ କରି ସାଙ୍ଗରେ ମିଠା ନେଇ ପାକିସ୍ତାନ ଫେରିଯାଇଛି। ଅବଦୁଲ୍ଲା ପାକ୍‍ ଅଧିକୃତ କାଶ୍ମୀର ନିବାସୀ। ଭୁଲବସତଃ ଅବଦୁଲ୍ଲା ଭାରତ ସୀମାରେ ଥିବା ପୁଞ୍ଚ ଜିଲାରେ ପ୍ରବେଶ କରିଯାଇଥିଲେ। ଜୁନ୍‍ ୨୪ରେ ଭାରତୀୟ ସେନା ଅବଦୁଲ୍ଲାଙ୍କୁ ପୁଞ୍ଚ ଜିଲା ଡେଗୱାର ଅଞ୍ଚଳରୁ ଉଦ୍ଧାର କରିଥିଲେ। ଅବଦୁଲ୍ଲାକୁ ଉଦ୍ଧାର କରିବା ପରେ ସ୍ଥାନୀୟ ପୁଲିସ ଓ ସେନା ପକ୍ଷରୁ ପଦକ୍ଷେପ ନିଆଯିବା ସହ ତାକୁ ସୁରକ୍ଷିତ ସ୍ଥାନରେ ଭାରତୀୟ ଆତିଥି ହେବାର ସୁଯୋଗ ମିଳିଥିଲା। ଦୀର୍ଘ ୪ଦିନ ଭାରତରେ ରହିବା ପରେ ପାକିସ୍ତାନର ଅନୁମତି ମିଳିବା ପରେ ଉକ୍ତ ବାଳକକୁ ନୂଆ ଲୁଗା ସହ ମିଠା ପ୍ୟାକେଟ ଦେଇ ପାକ୍‍ ଅଧିକୃତ କାଶ୍ମୀର କର୍ତ୍ତୁପକ୍ଷଙ୍କୁ ହସ୍ତାନ୍ତର କରାଯାଇ ଥିଲା।

Leave A Reply