www.samajalive.in
Tuesday, December 9, 2025
26.1 C
Bhubaneswar

ମୋହନାରେ ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭରଶୀଳ ଭାରତ ଯୋଜନା ନାଁରେ ଲକ୍ଷାଧିକ ଟଙ୍କା ଠକେଇ

 

ମୋହନା/ଚାନ୍ଦିପୁଟ – ପ୍ରଧାନମନ୍ତ୍ରୀ ଆତ୍ମ ନିର୍ଭରଶୀଳ ଭାରତ ଯୋଜନା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ମୋହନା ଥାନା ରେ ଅଭିଯୋଗ । ଚାକିରି ଦେବାକୁ ପ୍ରଲୋଭନ ଦେଖାଇ ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ଠକେଇ । ଏହି ଯୋଜନାରେ ଗରିବ ଖଟିଖିଆ ଙ୍କ ଝାଳ ବୁହା ଟଙ୍କା କୁ ଠକି ନେଇ ଫେରାର ହୋଇଯାଇଛନ୍ତି ସଂସ୍ଥାର ପ୍ରୋଜେ୍ଟ ଡାଇରେକ୍ଟର ।

- Advertisement -

ଅଭିଯୋଗନୂଯାୟୀ, ପାରଳାଖେମୁଣ୍ଡିର ଜୈନିକ ବ୍ୟକ୍ତି ଆତ୍ମ ନିର୍ଭରଶୀଳ ଭାରତ ସ୍କିମ୍ ର ପ୍ରୋଜେ୍ଟ ଡାଇରେକ୍ଟର ପରିଚୟ ଦେଇ ମୋହନା ଅଞ୍ଚଳରେ ଯୁବାକଙ୍କୁ ଚାକିରି ଦେବାକୁ ପ୍ରଲୋଭନ ଦେଖାଇ ପ୍ରଧାନମନ୍ତ୍ରୀଙ୍କ ଆତ୍ମ ନିର୍ଭରଶୀଳ ସ୍କିମ ଜରିଆରେ ପ୍ରତି ଗାଁ ଗାଁ ରେ ଖାଦ୍ୟ ସୁରକ୍ଷା ବଜାର ଖୋଲିବା ସହ ଗ୍ରାହକମାନେ ସୁବିଧାରେ ୨୫ ପ୍ରତିଶତ ରିହାତି ଦରରେ ରାସନ୍ ସମଗ୍ରୀ ମିଳିବ ବୋଲି ଯୋଜନାରେ ରହିଥିବା କହିଥିଲେ । ଏହି ଯୋଜନା ଜରିଆରେ ଗ୍ରାହକମାନଙ୍କୁ ଋଣ ସୁବିଧା ସହ ପିଲାଙ୍କ ପାଠ ପଢାପାଇଁ ବୃତ୍ତି ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେଥିପାଇଁ ଗ୍ରାହକମାନଙ୍କୁ ୩୫୦/. ଟଙ୍କା ଓ ଦୋକାନ ଖୋଲିବା ବ୍ୟକ୍ତିଙ୍କ ଠାରୁ ୧୫ ଶହ ଟଙ୍କା ଲେଖାଏଁ ଜମା କରିବାକୁ ପଡ଼ିବ ବୋଲି କହିବା ଯୁବକମାନଙ୍କୁ ଗ୍ରାମପଞ୍ଚାୟତର ସଂଯୋଜକ ଭାବେ ନିଯୁକ୍ତି ଦେଇଥିଲେ । ସେଥିପଇଁ ଯୁବକମାନଙ୍କୁ ମାସିକ ୧୨ ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ସେଥିରେ ଯୁବକମାନେ ବିଭିନ୍ନ ଗାଁରୁ ଲକ୍ଷାଧିକ ଟଙ୍କା ଆଦାୟ କରି ସଂପୃକ୍ତ ପ୍ରୋଜେ୍ଟ ଡାଇରେକ୍ଟର କୁ ଦେଇଥିଲେ । ଏବେ ପ୍ରାୟ ଦେଢ଼ ବର୍ଷ ହେଲାଣି ସଂପୃକ୍ତ ପ୍ରୋଜେ୍ଟ ଡାଇରେକ୍ଟର ଲକ୍ଷାଧିକ ଟଙ୍କା ନେଇ ଆଉ ତାଙ୍କର ଦେଖା ମିଳୁନାହିଁ। ଗ୍ରାହକମାନେ ନିଜ ନିଜ ଟଙ୍କା ଫେରିପାଇବା ପାଇଁ ଦାବି କରିଥିବା ବେଳେ ଏ ନେଇ ଠକାମିର ଶିକାର ହୋଇଥିବା ଯୁବକ ତଥା ଗ୍ରାମ ପଞ୍ଚାୟତ ସଂଯୋଜକ ର ଆଖେଶ୍ୱର ଶବର ମୋହନା ଥାନାରେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଜମାକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ମୋହନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ସମୁଦାୟ ଜିଲ୍ଲାରେ ଶହ ଶହ ଗ୍ରାହକମାନେ ଠକାମୀର ଶିକାର ହୋଉଥିବା ବେଳେ ତୁରନ୍ତ ଠକିଥିବା ଯୁବକ କୁ ଗିରଫ କରି ଟଙ୍କା ଫେରାଇବାକୁ ଦାବି ହୋଇଛି।

Hot this week

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

Related Articles

Popular Categories