www.samajalive.in
Monday, December 8, 2025
14.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତ :  ଟ୍ରାଫିକ୍‌ ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁବନେଶ୍ବର ଗସ୍ତକୁ ନେଇ  ଟ୍ରାଫିକ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କମିଶନରେଟ୍‌ ପୁଲିସ ପକ୍ଷରୁ ଅପରାହ୍ଣ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬ରେ ଗାଡ଼ି ଚଳାଚଳକୁ ନେଇ କଟକଣା ଜାରି କରାଯାଇଛି।

ଖୋର୍ଦ୍ଧାରୁ ଜାତୀୟ ରାଜପଥ-୧୬ରେ ଭୁବନେଶ୍ବର ଅଭିମୁଖେ ଆସୁଥିବା ଭାରିଯାନ, ପରିବହନ ଯାନଗୁଡ଼ିକ ପିତାପଲ୍ଲୀ ଛକ ନିକଟରେ ପାର୍କିଂ କରିବେ। ସେହିପରି କଟକ ପଟୁ ଜାତୀୟ ରାଜପଥରେ ଭୁବନେଶ୍ବର ଆସୁଥିବା ଭାରିଯାନଗୁଡ଼ିକ ମଙ୍ଗୁଳି ଓ ଏହା ପୂର୍ବରୁ ପାର୍କିଂ କରିବେ।

- Advertisement -

କଟକରୁ ଭୁବନେଶ୍ବର ଅସୁଥିବା ଦୁଇଚକିଆ ଓ ଚାରିଚକିଆ ଗାଡ଼ିଗୁଡ଼ିକୁ ବାଲିକୁଦା ଛକରୁ ପିତାପଲ୍ଲୀ ଆଡ଼କୁ ଭାୟା ତ୍ରିଶୂଳିଆ, ବାରଙ୍ଗ ଓ ଚନ୍ଦକା ଛକକୁ ଗତିପଥ ବଦଳାଇ ଦିଆଯିବ। ସେହିପରି ଖୋର୍ଦ୍ଧାରୁ କଟକ ଆସୁଥିବା ଦୁଇଚକିଆ ଓ ଚାରିଚକିଆ ଯାନଗୁଡ଼ିକୁ ସମାନ ଭାବରେ ଗତିପଥ ବଦଳାଇ ଦିଆଯିବ। କଟକରୁ ବରମୁଣ୍ଡା ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍‌ ଜାତୀୟ ରାଜପଥ ଫ୍ଲାଏ ଓଭର-୧୬ ଦେଇ ଖଣ୍ଡଗିରି ଛକ ପର୍ଯ୍ୟନ୍ତ ଯିବେ। ସେଠାରୁ ଡାହାଣକୁ ମୋଡ଼ି ସର୍ଭିସ ରୋଡ୍‌ରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଯିବେ। ସେହିପରି ଖୋର୍ଦ୍ଧାରୁ ବରମୁଣ୍ଡା ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍‌ ସର୍ଭିସ୍‌ ରୋଡ୍‌ରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଯିବେ। ବରମୁଣ୍ଡାରୁ କଟକ ଯାଉ ଥିବା ସମସ୍ତ ବସ୍‌ ବାଣୀବିହାର ପର୍ଯ୍ୟନ୍ତ ସର୍ଭିସ ରୋଡ୍‌କୁ ବ୍ୟବହାର କରିବେ। ବାଣୀବିହାରରୁ ଜାତୀୟ ରାଜପଥ-୧୬ ଫ୍ଲାଏ ଓଭର୍‌କୁ ବ୍ୟବହାର କରିବେ। ଭିଡ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories