www.samajalive.in
Monday, December 15, 2025
14.1 C
Bhubaneswar

୨୨ ଏପ୍ରିଲର ଜବାବ ୨୨ ମିନିଟ୍‌ରେ…

ରାଜସ୍ଥାନ: ରାଜସ୍ଥାନ ବିକାନେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୬ ହଜାର କୋଟିର ପ୍ରକଳ୍ପ ର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି। ସାରା ଦେଶରେ ୧୩ ଶହ ଷ୍ଟେସନର ଆଧୁନିକୀକରଣ ହୋଇଛି। ବିଶେଷ କରି ରାଜସ୍ଥାନର ବିକାଶ ନେଇ ବିସ୍ତୃତ ତଥ୍ୟ ରଖିଛନ୍ତି। ରାଜସ୍ଥାନ ସୀମାନ୍ତରେ ୧୧ ବର୍ଷରେ ୧୭ ହଜାର କୋଟି ଟଙ୍କା ବ୍ୟୟ ହୋଇଛି। ସେପଟେ ପହଲଗାମ୍ ଆତଙ୍କୀ ହମ୍‌ଲାକୁ ନେଇ ବିକାନେରରେ ପାକିସ୍ତାନକୁ ନିଶାନା କରିଛନ୍ତି ପିଏମ୍ ମୋଦୀ। ସେ କହିଛନ୍ତି ଏପ୍ରିଲ୍ ୨୨ର ଜବାବ ମାତ୍ର ୨୨ ମିନଟରେ ଦେଇଛୁ। ସିନ୍ଦୂର ଯେତେବେଳେ ବାରୁଦ ହୁଏ , ତାହାର ପରିଣାମ କଣ ହୁଏ ତାହା ସାରା ବିଶ୍ଵ ଦେଖିଲା। ୯ଟି ଆତଙ୍କୀ ଆଡ୍ଡାକୁ ଆମ ସେନା ମାଟିରେ ମିଶାଇ ଦେଲା। ଯେଉଁମାନେ ସିନ୍ଦୂର ପୋଛିବାକୁ ଆସିଥିଲେ, ସେମାନଙ୍କୁ ମାଟିରେ ପୋତିଲୁ। ଯେଉଁମାନେ ଭାବୁଥିଲେ ଭାରତ ଚୁପ୍ ରହିବ, ସେମାନେ ନିଜ ଘରେ ଲୁଚି ରହିଛନ୍ତି। ୩ ସେନାର ଚକ୍ରବ୍ୟୁହରେ ଫସିଲେ , ବାହାରି ପାରିଲେନି। ଯେଉଁ ଅସ୍ତ୍ରକୁ ନେଇ ଗର୍ବ କରୁଥିଲେ , ଆଜି ଏହାର ଭଗ୍ନାବଶେଷରେ ପୋତି ହୋଇଛନ୍ତି। ଏହା ଏକ ଶକ୍ତିଶାଳୀ ଭାରତର ରୌଦ୍ର ରୂପ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଇଏ ହେଉଛି ନୂଆ ଭାରତ, ଏହା ହେଉଛି ଆମର ଶକ୍ତି। ପ୍ରଥମେ ଆମେ ସେମାନଙ୍କ ଘରେ ପ୍ରବେଶ କରି ଆକ୍ରମଣ କରିଥିଲୁ। ଏବେ ଆମେ ସେମାନଙ୍କ ଛାତିରେ ଆକ୍ରମଣ କରିଛୁ। ଏହା ଆତଙ୍କବାଦର ପ୍ରଶଂସକଙ୍କୁ ଧ୍ବଂସ କରିବାର ନୀତି ଓ ରଣନୀତି। ମୋ ରକ୍ତ ଗରମ ନୁହେଁ , ଧମନୀରେ ଗରମ ସିନ୍ଦୂର ପ୍ରବାହିତ ହେଉଛି। ଅପରେସନ୍ ସିନ୍ଦୂର ଆମକୁ ୩ଟି ସୂତ୍ର ଦେଖାଇଛି। ପ୍ରଥମତଃ ଆତଙ୍କୀ ହମଲା ହେଲେ କଡା ଜବାବ ଦିଆଯିବ। ଆମର ସେନା ସମୟ , ପଦ୍ଧତି ଓ ପରିସ୍ଥିତି ସ୍ଥିର କରିବେ। ଦ୍ଵିତୀୟତଃ ପରମାଣୁ ବୋମାର ବ୍ଲାକମେଲିଂକୁ ଖାତିର କରିବୁ ନାହିଁ। ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥନଙ୍କୁ ଅଲଗା ଦେଖୁବୁ ନାହିଁ। ଆଗକୁ ଆତଙ୍କୀ କାର୍ଯ୍ୟ ପାକିସ୍ତାନ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡିବ। ଯଦି ପାକିସ୍ତାନ ସହ କଥା ହେବୁ ତାହେଲେ ପିଓକେକୁ ନେଇ କଥା ହେବୁ। ଭାରତୀୟଙ୍କ ରକ୍ତରେ ଖେଳିଲେ ପାକିସ୍ତାନକୁ ମହଙ୍ଗା ପଡିବ। ପାକିସ୍ତାନକୁ ପାଣି ଦିଆଯାଇପାରିବନାହିଁ। ଏହା ଭାରତର ପ୍ରତିଜ୍ଞା, ବିଶ୍ଵ କୌଣସି ଶକ୍ତି ବଦଳାଇ ପାରିବନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories