www.samajalive.in
Monday, December 15, 2025
24.1 C
Bhubaneswar

ସରକାରଙ୍କୁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ତାଗିଦା: ବିଦ୍ୟାଳୟ ପରିସରକୁ ପ୍ଲାଷ୍ଟିକ ବର୍ଜ୍ୟ ମୁକ୍ତ କର

ଭୁବନେଶ୍ୱର : ପ୍ଲାଷ୍ଟିକ ବର୍ଜ୍ୟ ଏବେ ପରିବେଶ ପାଇଁ ବିରାଟ ଆହ୍ବାନ ହୋଇ ଛିଡା ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ ମୁକ୍ତ ଭାରତ ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୩ତମ ସ୍ବାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଏନେଇ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ଏହାକୁ ଯେଭଳି ବିଦ୍ୟାଳୟସ୍ତରରେ ଠିକଣା ଭାବେ କାର୍ଯ୍ୟକାରୀ ହେବ ସେଥିପ୍ରତି ଧ୍ୟାନ ଦେବାକୁ ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଉପଶାସନ ସଚିବ ବି କେ ସିଂହ ନିର୍ଦେଶ ଦେଇଛନ୍ତି।

ଶ୍ରୀ ସିଂହ ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ମୁକ୍ତ ଭାରତ ପାଇଁ ଡକରା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସମସ୍ତ ବିଦ୍ୟାଳୟ ଓ ବିଦ୍ୟାଳୟ ବାହାରେ ଯେଭଳି ଟିକିଏ ବି ପ୍ଲାଷ୍ଟିକ ଦେଖା ନଯାଏ ସେନେଇ ନିର୍ଦେଶନାମା ଜାରି କର। ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ନାଳରେ ପ୍ଲାଷ୍ଟିକ ପଡ଼ି ରହିବା ଯୋଗୁଁ ଜଳ ନିଷ୍କାସନ ହୋଇ ପାରୁନାହିଁ। ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଉଛି। ପ୍ଲାଷ୍ଟିକ ମାଟିରେ ମିଶି ନଥାଏ। ଏହାଦ୍ବାରା ଜଳସ୍ତର ପ୍ରଦୂଷଣର ବାହକ ପାଲଟିବାର ଯଥେ​‌ଷ୍ଟ ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଟିରେ ରଖି ସବୁ ବିଦ୍ୟାଳୟକୁ ଏଦିଗରେ କଡା ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ଦେଶନାମା ଜାରି କରିବାକୁ ଶ୍ରୀ ସିଂହ ଦର୍ଶାଇଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories