www.samajalive.in
Sunday, December 14, 2025
19.1 C
Bhubaneswar

ନିଯୁକ୍ତି, ଆର୍ଥିକ ପ୍ରଗତିର ମାଧ୍ୟମ ହେବ କତାଶିଳ୍ପ: ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର :କତାଶିଳ୍ପକୁ ପ୍ରାଧାନ୍ୟ ଦେଇ ଅଧିକ ଆତ୍ମନିଯୁକ୍ତି ସୃଷ୍ଟି କରିବା ସହିତ ରାଜ୍ୟର ଅର୍ଥନୈତିକ ବିକାଶ କିଭଳି ତ୍ବରାନ୍ବିତ ହୋଇପାରିବ ସେଦିଗରେ କାର୍ଯ୍ୟକରିବା ଆବଶ୍ୟକ ବୋଲି କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।

ଶନିବାର ରାଜ୍ୟ ଶିଳ୍ପ ନିର୍ଦେଶାଳୟ, କୟର ବୋର୍ଡ ଓ ରାଜ୍ୟ ସମବାୟ କତା ନିଗମର ମିଳିତ ସହଯୋଗରେ ଅନୁଷ୍ଠିତ ଜାତୀୟ କର୍ମଶାଳାରେ ଶ୍ରୀ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ୫୦୦ବର୍ଷ ପୂର୍ବେ ଓଡ଼ିଶାର ହସ୍ତତନ୍ତ ଓ କାରୁକାର୍ଯ୍ୟ ବିଶ୍ବ ବଜାରରେ ୭୦ ଭାଗ ବିକ୍ରି ହେଉଥିଲା। ରାଜ୍ୟର ସାଧବ ପୁଅମାନେ ବୋଇତ ବାଣିଜ୍ୟ କରି ରାଜ୍ୟକୁ ସମୃଦ୍ଧି ପଥରେ ଆଗେଇ ନେଉଥିଲେ। ହେଲେ ଦୀର୍ଘବର୍ଷ ପରେ ରାଜ୍ୟରେ ଏକ ପରିବର୍ତ୍ତନ ହୋଇଛି। ଯେଉଁ ରାଜ୍ୟର ସାଧବ ପୁଅ ବଣିଜ କରି ଆତ୍ମନିର୍ଭରଶୀଳ ହେଉଥିଲା ସେଠାରେ ଏବେ ସରକାରୀ ଯୋଜନାକୁ ହାତ ଟେକି ଚାହିଁଛି। ଆଧୁନିକ ଓଡ଼ିଶାର ବିନ୍ଧାଣୀ ମଧୁ ବାବୁଙ୍କ ଦ୍ବାରା ପ୍ରତିଷ୍ଠିତ ଉତ୍କଳ ଟେନେରୀର ଜୋତା ସାରା ଦେଶ ବିଦେଶରେ ଚାହିଦା ସୃଷ୍ଟି କରିଥିଲା। କତାଶିଳ୍ପ ଦ୍ବାରା ବିଭିନ୍ନ ପ୍ରକାର ଘରୋଇ ସାମଗ୍ରୀ ପ୍ରସ୍ତୁତ ହୋଇପାରିବ। ଏହାକୁ କେବଳ ଘରୋଇ ଆବଶ୍ୟକତା ଭିତରେ ନବାନ୍ଧି ସରକାରୀସ୍ତରରେ କିଭଳି ଏହାର ବହୁଳ ବ୍ୟବହାର ହୋଇପାରିବ ଏବଂ ସୂକ୍ଷ୍ମକାରୁକାର୍ଯ୍ୟ କରି ଦେଶ ବିଦେଶକୁ ରପ୍ତାନୀ କରିହେବ ଏଥିପ୍ରତି ବିଭାଗ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ।
କାର୍ଯ୍ୟକ୍ରମରେ କୟର ବୋର୍ଡ ସଚିବ ଏମ କୁମାର ରାଜା ଓଡ଼ିଶାରେ ୪୦ବର୍ଷର କତାଶିଳ୍ପ ସମ୍ପର୍କରେ କହିଥିଲେ ଯେ ରାଜ୍ୟର ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଢ଼େଙ୍କାନାଳ ଜିଲାରେ ୫୪ ହଜାର ହେକ୍ଟର ନଡ଼ିଆ ଚାଷ ହେଉଛି ବୋଲି କହିଥିଲେ। ସେ କହିଥିଲେ ଯେ ବର୍ଷକୁ ୩୨୪.୯ ନିୟୁତ ନଡ଼ିଆ ଉତ୍ପାଦନ ହେଉଛି। ସାରା ଦେଶରେ ନଡ଼ିଆ ଉତ୍ପାଦନରେ ଓଡ଼ିଶା ୫ମ ରାଜ୍ୟ ରୂପେ ଅଭିହତ ହେଉଛି। ଆଗାମୀ ଦିନରେ ନଡ଼ିଆ ଉତ୍ପାଦନ ବୃଦ୍ଧି କରିବା ସହିତ କତାଶିଳ୍ପକୁ ତ୍ବରାନ୍ବିତ କରିବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ରାଜା କହିଥିଲେ। ରାଜ୍ୟ ଶିଳ୍ପ ନିର୍ଦେଶକ ପ୍ରଣବଜ୍ୟୋତି ନାଥ ଓ କତା ନିଗମ ପରିଚାଳନା ନିର୍ଦେଶକ ପ୍ରସନ୍ନ କୁମାର ଜେନା ପ୍ରମୁଖ ଯୋଗଦେଇ କତା ଶିଳ୍ପ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ପ୍ରଦାନ କରାଯାଉଥିବା ପ୍ରୋତ୍ସାହନ ଉପରେ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଭୁବନେଶ୍ବର, ପୁରୀ, କୋଣାର୍କ, ବ୍ରହ୍ମପୁର ଓ ଭୋଗରାଇ ପାଇଁ ୫ଟି କତାଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। କାର୍ଯ୍ୟକ୍ରମରେ କତାଶିଳ୍ପ ସଭ୍ୟ ଏସ କେ ଗୌଥମ୍ୟାନ ଏବଂ କେନ୍ଦ୍ରୀୟ କତା ଗବେଷଣା ଅନୁଷ୍ଠାନର କେନ୍ଦ୍ରୀୟ ନିର୍ଦେଶକ ଡ. ଦାସ ଅନିଥା ରବୀନ୍ଦ୍ରନାଥ ଯୋଗଦେଇ ଆଗାମୀ ଦିନରେ କତାଶିଳ୍ପର ସମ୍ଭାବନା ଦିଗ ଉପରେ ଆଲୋକପାତ କରିଥିଲେ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories