www.samajalive.in
Sunday, December 7, 2025
26.1 C
Bhubaneswar

ପାରାଦୀପ ପ୍ଲାଷ୍ଟିକ ପାର୍କ ପ୍ରସଙ୍ଗ; ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଭାରତୀୟ ତୈଳ ନିଗମ ଓ ଓଡିଶା ସରକାରଙ୍କ ଇଡକୋ ମଧ୍ୟରେ ପାରାଦୀପ ତୈଳ ବିଶୋଧନାଗାର ନିକଟରେ ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ପ୍ରତିଷ୍ଠାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ଏହି ପତ୍ରରେ କହଛନ୍ତି ଯେ ଆସନ୍ତା ଫେବୃଆରୀ ୨୦୧୯ ସୁଦ୍ଧା ପାରାଦୀପ ତୈଳ ବିଶୋଧନାଗାରରୁ ପଲିପ୍ରପିଲିନ ପ୍ରକଳ୍ପରୁ ଉତ୍ପାଦନ ଆରମ୍ଭ ହେବ । ଏହା ସହ ପାରାଦୀପ ପ୍ଲାଷ୍ଟିକ ପାର୍କ ଏହି ପ୍ରକଳ୍ପରୁ କଞ୍ଚାମାଲ ପାଇ ପାରିବ ବୋଲି ଏହି ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । ମାତ୍ର ଏହି ସମୟ ସୁଦ୍ଧା ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ନହେଲେ ପୁଞ୍ଜି ନିବେଶ ପ୍ରଭାବିତ ହେବା ଆଶଙ୍କା ଥିବା ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି।

ଭାରତୀୟ ତୈଳ ନିଗମ ଓ ଇଡକୋର ଯୌଥ ଉଦ୍ୟଗ ତୁରନ୍ତ ପ୍ରସ୍ତୁତ ହେଲେ ହିଁ ପୁଞ୍ଜିନିବେଶକାରୀ ମାନଙ୍କର ଆବଶ୍ୟକତାକୁ ପୂରଣ କରାଯାଇ ପାରିବ ଓ ଏହି କାମକୁ ତ୍ୱରାନ୍ୱିତ କରା ଯାଇପାରିବ ବୋଲି ଶ୍ରୀ ପ୍ରଧାନ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଛନ୍ତି । ଏହି ପତ୍ରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଇତି ମଧ୍ୟରେ ଭାରତୀୟ ତୈଳ ନିଗମ ଓଡିଶା ସରକାରଙ୍କୁ ସାମିଲ କରି ଚେନ୍ନାଇ, କୋଲକାତା, ହାଇଦ୍ରାବାଦ ଓ ଭୁବନେଶ୍ୱର ଆଦି ସ୍ଥାନରେ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ପାଇଁ ରୋଡ ସୋ ଆୟୋଜିତ କରିଛି । ଏହା ଦ୍ୱାରା ଅନେକ ପୁଞ୍ଜିନିବେଶକାରୀ ପାରାଦୀପ ପ୍ଲାଷ୍ଟିକ ପାର୍କରେ ପୁଞ୍ଜିନିବେଶ ପାଇଁ ଇଚ୍ଛା ବ୍ୟକ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ଛଅଟି ପୁଞ୍ଜିନିବେଶକାରୀ କମ୍ପାନୀ ପ୍ରକଳ୍ପ ପାଇଁ ଭୂମି ଯୋଗାଇ ଦେବାକୁ ଆବେଦନ କରିଛନ୍ତି ।

- Advertisement -

ଶ୍ରୀ ପ୍ରଧାନ କହିଛନ୍ତି ଇତି ମଧ୍ୟରେ ଭାରତୀୟ ତୈଳ ନିଗମ ଅଗଷ୍ଟ ୨୦୧୮ରୁ ଇଡକୋ ସହ ଯୌଥ ଉଦ୍ୟଗ ପାଇଁ ନୀତି ଆୟୋଗର ଏନଓସି ଲାଭ କରି ସାରିଛି। ଏହାର ନାମ ପାରାଦୀପ ପ୍ଲାଷ୍ଟିକ ପାର୍କ ଲିମିଟେଡ ରହିବ ଓ ଏଥିପାଇଁ ସାର ଓ ରସାୟନ ମନ୍ତ୍ରଣାଳୟ ଭିତିଭୂମି ନିର୍ମାଣ ପାଇଁ ୪୦ କୋଟି ଟଙ୍କା ମଞ୍ଜୁର କରି ସାରିଛି । ଏହି ପ୍ରକଳ୍ପ ପାଇଁ ଯୌଥ ଉଦ୍ୟଗ ସ୍ୱାକ୍ଷର ପାଇଁ ଓଡିଶା ସରକାର ଅନୁମତି ଦେବା ମାତ୍ରେ ଆଇଓସିଏଲ ୩୨.୭୨ କୋଟି ଟଙ୍କା ଇକ୍ୟୁଟି ରାଶି ପ୍ରଦାନ କରିବ ବୋଲି ଏହି ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ଏହି ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି ଯେ ୧୬ ନଭେମ୍ବର, ୨୦୧୭ରେ ରାଜ୍ୟ ସରକାରଙ୍କର ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ତଥା ତାଙ୍କ ନିଜ ଉପସ୍ଥିତିରେ ପେଟ୍ରୋକେମିକାଲ ଇନଭେଷ୍ଟର ସମ୍ମିଳନୀରେ ଏହି ପ୍ଲାଷ୍ଟିକ ପାର୍କ ପାଇଁ ସହମତି ହୋଇଥିଲା । ଭାରତୀୟ ତୈଳ ନିଗମ, ଇଡକୋର ଅନୁରୋଧ କ୍ରମେ ଏହି ପ୍ରକଳ୍ପରେ ଅଂଶୀଦାର ହେବା ପାଇଁ ସହମତି ପ୍ରଦାନ କରିଥିଲା। ମିଳିତ ଭାବେ ଏହି ପ୍ରକଳ୍ପକୁ ଆଗକୁ ନେବା ପାଇଁ ଏକ ସ୍ପେଶାଲ ପର୍ପସ ଭେହିକଲ ଗଠନ ପରେ ଇଣ୍ଡିଆନ ଅଏଲ ଓ ଇଡକୋର ମିଳିତ ଉଦ୍ୟମରେ ଏକ ନୂଆ ଯୌଥ ଉଦ୍ୟଗ ବୋର୍ଡ ଗଠନ ପାଇଁ ନିଷ୍ପତି ହୋଇଥିଲା।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟ ତୈଳ ନିଗମ ବିଭିନ୍ନ ପୁଞ୍ଜିନିବେଶ ସମ୍ମିଳନୀରେ ଇଡକୋକୁ ସାମିଲ କରିଛି। ଗତ ସେପ୍ଟେମ୍ବର ମାସରେ ସୁରଟ ଠାରେ ଇଡକୋ ଓ ଇପିକଲକୁ ଅଂଶଗ୍ରହଣ ପାଇଁ ମଧ୍ୟ ନିମବିତ କରିଥିଲା। ପାରାଦୀପ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିବାକୁ ସେ ଏହି ପତ୍ରରେ ଅନୁରୋଧ କରିଛନ୍ତି ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories