www.samajalive.in
Monday, December 15, 2025
24.1 C
Bhubaneswar

ପୁଣି ଦୁଇ ବିମାନ ଧକ୍କା: ଅଳ୍ପକେ ବର୍ତ୍ତିଲେ ୧୪୨ ଯାତ୍ରୀ

ନୂଆଦିଲ୍ଲୀ: ଆମେରିକାରେ ପୁଣି ଦୁଇ ବିମାନ ମଧ୍ୟରେ ମୁହାଁମୁହିଁ  ଧକ୍କା ହୋଇଛି। ସିଆଟେଲ-ଟାକୋମା ଏୟାରପୋର୍ଟରେ ରନଓ୍ବେ ସମୟରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ବିମାନରେ ଥିବା ୧୪୨ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଜାପାନ ଏୟାର ଲାଇନ୍ସର ଜେଟ୍ ଓ ଡେଲ୍ଟା ଏୟାର ଲାଇନ୍ସ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣା ପାଇଁ କିଛି ସମୟ ବିମାନ ଉଡାଣକୁ ବାତିଲ କରାଯାଇଛି।  କିଛି ଦିନ ପୂର୍ବରୁ ମଧ୍ୟ ମଝି ଆକାଶରେ ଦୁଇ ବିମାନ ଧକ୍କା ହୋଇଥିଲା। ଆମେରିକାର ଓ୍ବାସିଂଟନ୍ ଡିସି ନିକଟରେ ରେଗାନ୍ ନ୍ୟାସନାଲ ଏୟାରପୋର୍ଟ ନିକଟରେ ଅବତରଣ ପୂର୍ବରୁ ଏକ ଆର୍ମି ହେଲିକପ୍ଟର ବିମାନଟିକୁ ଧକ୍କା ଦେଇଥିଲା। ପରେ ବିମାନଟି ଏକ ନଦୀକୁ ଖସି ପଡିଥିଲା। ଏଥିରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଆଜି ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories