www.samajalive.in
Friday, December 12, 2025
14.1 C
Bhubaneswar

ନାକ୍‌ ରେଟିଂ ବୃଦ୍ଧି ପାଇଁ ଲାଞ୍ଚ: ପ୍ରଫେସର ବୁଲୁ ମହାରଣା ନିଲମ୍ୱିତ

ବୁର୍ଲା  : ନାକ୍‌ ରେଟିଂ ବୃଦ୍ଧି ପାଇଁ ଲାଞ୍ଚ ନେବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ବୁଲୁ ମହାରଣାଙ୍କୁ ଗତ ୧ ତାରିଖ ସିବିଆଇ ଗିରଫ କରିଥିଲା।  ସେହିଦିନ ତାଙ୍କ ଘର ସିଲ୍ କରିବା ପରେ ୪ ତାରିଖ ସିବିଆଇ ଦଳ ପ୍ରଫେସର ମହାରଣାଙ୍କ ଘରେ ପହଞ୍ଚି ତଦନ୍ତ କରିବାପରେ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସାଙ୍ଗରେ ନେଇଯାଇଥିଲେ। ଗତକାଲି ସମ୍ୱଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ମିଶ୍ରଙ୍କ ନିର୍ଦେଶକ୍ରମେ ପ୍ରଫେସର ମହାରଣାଙ୍କୁ ନିଲମ୍ୱିତ କରାଯାଇଛି। ଓଡ଼ିଶା ବିଶ୍ବବିଦ୍ୟାଳୟର ଷ୍ଟାଚ୍ୟୁଟ୍‌ ୨୯୯ ମୁତାବକ ଏହି ନିଲମ୍ବନ କରାଯାଇଛି ବୋଲି ବିଶ୍ବବିଦ୍ୟାଳୟ କୁଳ ସଚିବ ଡଃ ନୃପରାଜ ସାହୁଙ୍କ ହସ୍ତାକ୍ଷର ଥିବା ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସ୍ଥିତ ୱାଦେଶ୍ୱରମ୍ ଶିକ୍ଷାନୁଷ୍ଠାନକୁ ଏ++ ରେଟିଂ ଦେବା ପାଇଁ ନାକ୍‌ ପିୟର କମିଟି ଦଳ ଲାଞ୍ଚ ମାଗିଥିଲେ। ଏହା ଜଣାପଡିବା ପରେ ସିବିଆଇ ତଦନ୍ତକରି ୧୦ ଜଣଙ୍କୁ ଗିରଫ କରିଥିଲା, ଉକ୍ତ ଦଳରେ ରହିଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ବୁଲୁ ମହାରଣାଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories