www.samajalive.in
Saturday, December 6, 2025
26.1 C
Bhubaneswar

ନାକ୍‌ ରେଟିଂ ବୃଦ୍ଧି ପାଇଁ ଲାଞ୍ଚ: ପ୍ରଫେସର ବୁଲୁ ମହାରଣା ନିଲମ୍ୱିତ

ବୁର୍ଲା  : ନାକ୍‌ ରେଟିଂ ବୃଦ୍ଧି ପାଇଁ ଲାଞ୍ଚ ନେବା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଲାଇବ୍ରେରୀ ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ବୁଲୁ ମହାରଣାଙ୍କୁ ଗତ ୧ ତାରିଖ ସିବିଆଇ ଗିରଫ କରିଥିଲା।  ସେହିଦିନ ତାଙ୍କ ଘର ସିଲ୍ କରିବା ପରେ ୪ ତାରିଖ ସିବିଆଇ ଦଳ ପ୍ରଫେସର ମହାରଣାଙ୍କ ଘରେ ପହଞ୍ଚି ତଦନ୍ତ କରିବାପରେ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସାଙ୍ଗରେ ନେଇଯାଇଥିଲେ। ଗତକାଲି ସମ୍ୱଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ମିଶ୍ରଙ୍କ ନିର୍ଦେଶକ୍ରମେ ପ୍ରଫେସର ମହାରଣାଙ୍କୁ ନିଲମ୍ୱିତ କରାଯାଇଛି। ଓଡ଼ିଶା ବିଶ୍ବବିଦ୍ୟାଳୟର ଷ୍ଟାଚ୍ୟୁଟ୍‌ ୨୯୯ ମୁତାବକ ଏହି ନିଲମ୍ବନ କରାଯାଇଛି ବୋଲି ବିଶ୍ବବିଦ୍ୟାଳୟ କୁଳ ସଚିବ ଡଃ ନୃପରାଜ ସାହୁଙ୍କ ହସ୍ତାକ୍ଷର ଥିବା ଚିଠିରେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ସ୍ଥିତ ୱାଦେଶ୍ୱରମ୍ ଶିକ୍ଷାନୁଷ୍ଠାନକୁ ଏ++ ରେଟିଂ ଦେବା ପାଇଁ ନାକ୍‌ ପିୟର କମିଟି ଦଳ ଲାଞ୍ଚ ମାଗିଥିଲେ। ଏହା ଜଣାପଡିବା ପରେ ସିବିଆଇ ତଦନ୍ତକରି ୧୦ ଜଣଙ୍କୁ ଗିରଫ କରିଥିଲା, ଉକ୍ତ ଦଳରେ ରହିଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଲାଇବ୍ରେରୀ ସାଇନ୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ବୁଲୁ ମହାରଣାଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories