ଆମ ସଂସ୍କୃତି, ଆମ ଖେଳଣା କର୍ମଶାଳା
ପିପିଲି: ସମଗ୍ର ଶିକ୍ଷା, ଓଡ଼ିଶା ଓ ପୁରୀଙ୍କ ନିର୍ଦ୍ଦେଶକ୍ରମେ ଦୁଇଦିନିଆ ‘ଆମ ସଂସ୍କୃତି, ଆମ ଖେଳଣା’ କର୍ମଶାଳା ପିପିଲି ବ୍ଲକ ଗୋବିନ୍ଦପୁର କ୍ଲଷ୍ଟର ଅନ୍ତର୍ଗତ ଗୋବିନ୍ଦପୁର ନୋଡାଲ ୟୁପି ସ୍କୁଲଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଗୋବିନ୍ଦପୁର କ୍ଲଷ୍ଟର ସିଆର୍ସିସି ଚିନ୍ତାମଣୀ ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବରିଷ୍ଠ ପ୍ରଧାନଶିକ୍ଷକ ରବୀନ୍ଦ୍ର କୁମାର ସାହୁ, ଅତିଥି ଭାବେ ପ୍ରଧାନ ଶିକ୍ଷୟିତ୍ରୀ ମଧୁଛନ୍ଦା ମିଶ୍ର ଯୋଗଦେଇ କର୍ମଶାଳାର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ପ୍ରାଥମିକ ସ୍ତରରେ ଶିକ୍ଷାଦାନ ସମୟରେ ଶିକ୍ଷକମାନେ ପିଲାଙ୍କ ଉପଯୋଗୀ, ସଂସ୍କୃତି ପରମ୍ପରା ଉପରେ ପର୍ଯ୍ୟବେସିତ, ପାଠ୍ୟଖସଡା ଓ ବିଷୟ ଉପଯୋଗୀ ଖେଳଣାମାନ ବ୍ୟବହାର କଲେ ପିଲାମାନେ ଆନନ୍ଦ ଓ ଆଗ୍ରହ ସହକାରେ ଶିକ୍ଷାଗ୍ରହଣ କରିପାରିବେ। ଏଥିପାଇଁ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଖେଳଣା ତିଆରି ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବେ ପିଙ୍କି ମିଶ୍ର, ମୋନାଲିସା ରାଉତ ଯୋଗ ଦେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସଞ୍ଜୀବ ରଥ, ଉମେଶ ନାୟକ, ସସ୍ମିତା ମିଶ୍ର, ବେବିରାଣୀ ବେହେରା, ବାସନ୍ତି ତ୍ରିପାଠୀ, ମିନତୀ ମିଶ୍ର, କୁନି ଦାସ, ସୁଧାଂଶୁବାଳା ପ୍ରଧାନ, ସସ୍ମିତା ବେହେରା, କନକଲତା ପରିଡ଼ା, ସ୍ନିଗ୍ଧା ପ୍ରଧାନ, ରସାନନ୍ଦ ସାହୁ, ପ୍ରତିମା ପଣ୍ଡା, ସନ୍ଧ୍ୟାରାଣୀ ପାତ୍ର ପ୍ରମୁଖ ପ୍ରଶିକ୍ଷଣ ନେଇଥିଲେ।
Comments are closed.